Below header

ସାରାଙ୍କୁ ଖାଦ୍ୟ ଖୁଆଉଥିବାର ମଜାଦାର ଫଟୋ ଶେୟାର କଲେ କାର୍ତ୍ତିକ ଆର୍ଯ୍ୟନ, ୟୁଜର ପଚାରିଦେଲେ ଏମିତି କଥା

ବଲିଉଡ୍‌ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ ଓ ଆକ୍ଟ୍ରେସ୍‌ ସାରା ଅଲ୍ଲୀ ଖାନ୍‌ ଖୁବ୍‌ଶୀଘ୍ର ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ରେ ନଜର ଆସିବେ। ଡାଇରେକ୍ଟର ଇମ୍‌ତିୟାଜ୍‌ ଅଲ୍ଲୀଙ୍କ ଏହି ଫିଲ୍ମକୁ ଫ୍ୟାନ୍‌ମାନେ ବେଶ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

s1

ଏବେ କାର୍ତ୍ତିକ ଓ ସାରା ଫିଲ୍ମକୁ ଜବରଦସ୍ତ ତରିକାରେ ପ୍ରମୋଶନ କରୁଛନ୍ତି। ଆଉ ସେମାନେ ସୋସିଆଲ ମିଡିଆରେ ବି ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଏବେ ଏବେ କାର୍ତ୍ତିକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏବଂ ସାରାଙ୍କ ଏକ ଫଟୋ ଶେୟାର କରିଛନ୍ତି।

ଏହି ଫଟୋରେ ସାରାଙ୍କୁ କାର୍ତ୍ତିକ ଖାଦ୍ୟ ଖୁଆଉଥିବାର ନଜର ଆସୁଛନ୍ତି। ଫଟୋ ଶେୟାର କରି ଅଭିନେତା ଜଣକ କ୍ୟାପ୍‌ସନ ଲେଖିଛନ୍ତି, ‘ବହୁତ ଦୁର୍ବଳ ହୋଇଯାଇଛ, ଆସ ପୂର୍ବ ଭଳି ସ୍ୱାସ୍ଥ୍ୟ କର’। ଏହି ମଜାଦାର ଫଟୋରେ ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି।

 

View this post on Instagram

 

Kaafi dubli ho gayi ho Aao pehle jaisi sehat banayein

A post shared by KARTIK AARYAN (@kartikaaryan) on

ଜଣେ ୟୁଜର ଲେଖିଛନ୍ତି, ‘ନା କାର୍ତ୍ତିକ, ରହିଯାଅ, ନଚେତ୍‌ ତୁମେ ସାରାଙ୍କୁ ଉଠାଇ ପାରିବନି’। ସେହିପରି ଆଉ ଜଣେ ପ୍ରଶ୍ନ କରିଥିଲେ ଯେ ‘ବିଷ ଦେଉଛ ନା ତାଙ୍କୁ’? ଅନ୍ୟ ଜଣେ ୟୁଜର ଲେଖିଥିଲେ, ‘ଏକା ଏକା ଖାଉଛ, ଆମକୁ ବି ଡାକ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.