ଚୀନ୍‌ରେ ଥମିବାର ନାଁ ନେଉନି କରୋନା ଭାଇରସ୍: ୧ହଜାର ଟପିଲା ମୃତ୍ୟୁସଂଖ୍ୟା, ୪୨ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍ । ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନି । ଦିନକୁ ଦିନ ବଢୁଛି ମୃତକଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍‌ରେ ମୃତ୍ୟୁ ଏକ ହଜାରରୁ ଅଧିକ ହେଲାଣି । ଏହି ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୬ଶହ ପାର କରି ସାରିଲାଣି । ସେପଟେ ହୁବେଇରେ ୨୪ଟି ଦେଶରେ ୩୧୯ ଜଣଙ୍କ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଛି ।

coronavirusଅନ୍ୟପଟେ ଜାପାନର ଏକ ଜାହାଜରେ ଫସି ରହିଥିବା ୧୬୦ ଜଣ ଭାରତୀୟ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଜଣେ ସେଫ୍ ତାଙ୍କ କିଛି ସହକର୍ମୀଙ୍କ ସହ ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି, ସେମାନଙ୍କ ମଧ୍ୟରୁ କାହାରି ବି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇନାହିଁ । ଖୁବ୍ ଶୀଘ୍ର ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି। ସମସ୍ତଙ୍କୁ ଜାହାଜରୁ ମୁକ୍ତ କରି ଘରକୁ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.