Below header

ବାଣଫୁଟାରେ ରେକର୍ଡ: ଭୂପୃଷ୍ଠରୁ ଦେଢ କିମି ଉପରେ ଫୁଟିଲା ୧୨୭୦ କିଲୋ ଓଜନର ବାଣ, ଭିଡିଓ ଭାଇରାଲ

ଆମେରିକାରେ ବାଣଫୁଟାରେ ଏକ ରେକର୍ଡ ହୋଇଛି। ଏଠାରେ ଚାଲିଥିବା ଓ୍ଵିଣ୍ଟର କାର୍ନିଭାଲରେ ଆମେରିକାର କୋଲୋରାଡେ ସହରରେ ଦୁନିଆର ସବୁଠାରୁ ଆତସବାଜି କରାଯାଇଛି। ଏହି ବାଣ ଭୂପୃଷ୍ଠଠାରୁ ଦେଢ଼ କିମି ଉପରେ ଫୁଟିଛି। ୧.୩ ଟନ୍‌ ବାରୁଦରେ (୧୨୭୦ କିଗ୍ରା ଓଜନରେ)ଏହି ବାଣ ତିଆରି ହୋଇଥିଲା। ଏହି ବାଣର ଉଚ୍ଚତା ୬୨ ଇଞ୍ଚ ଥିଲା। ଏହି ବାଣଫୁଟାରେ ସମଗ୍ର ଆକାଶ ଲାଲ ରଙ୍ଗ ହୋଇଯାଇଥିଲା। ଏହାକୁ ଏମରାଲ୍ଡ ପର୍ବତରେ କରାଯାଇଥିଲା। ଏହାକୁ ଗିନିଜ୍‌ ବୁକ୍‌ ପକ୍ଷରୁ ପ୍ରମାଣପତ୍ର ମିଳିଛି। ଏକ ୨୬ ଫୁଟ ଷ୍ଟିଲ୍‌ ଟ୍ୟୁବ୍‌ରେ ଏହି ବାଣକୁ ରଖି ଏଥିରେ ନିଆଁ ଲଗାଯାଇଥିଲା। ଏହା ଘଣ୍ଟାପ୍ରତି ୪୮୨ କିମି ବେଗରେ ଆକାଶକୁ ଯାଇ ଫୁଟି ଥିଲା। ଏହାକୁ ପ୍ରସ୍ତୁତ କରିବା ପାଇଁ ୧ ମାସ ସମୟ ଲାଗିଥିଲା। ଏହାକୁ ସୁରକ୍ଷିତ ଭାବେ ପ୍ରସ୍ତୁତ କରିବା ପାଇଁ ୮୦ କିମି ଟେପ୍‌ର ବ୍ୟବହାର କରାଯାଇଥିଲା।

ଏହା ପୂର୍ବରୁ ବାଣଫୁଟା ରେକର୍ଡ ୟୁଏଇ ନାମରେ ଥିଲା। ଏଠାରେ ୨୦୧୮ରେ ହଜାରେ ୮୭ କିଗ୍ରା ବାରୁଦରେ ବାଣ ତିଆରି କରାଯାଇ ଫୁଟାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.