Below header

ସମୁଦ୍ରରେ ପଡିଗଲା ଆଇଫୋନ, ସାହାଯ୍ୟର ହାତ ବଢ଼ାଇଲା ହେ୍ଵଲ ମାଛ! ଦେଖନ୍ତୁ କିପରି ପାଟିରେ ଫୋନକୁ ଆଣି ଦେଲା ମହିଳାଙ୍କୁ

ଋଚା ଚଢ଼ା ନିଜ ଫିଲ୍ମ ସହିତ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରହୁଛନ୍ତି। ସେ ନିଜର ପ୍ରୋଫେସନାଲ ଓ୍ଵାର୍କ ସହିତ ପଲିଟିକାଲ ଏବଂ ପର୍ଯାବରଣ ସହିତ ଜଡିତ ପୋଷ୍ଟ ମଧ୍ୟ ସେୟାର କରୁଛନ୍ତି। ସେ ନିକଟରେ ଏକ ଭିଡିଓ ପୋଷ୍ଟ ରିଟ୍ଵିଟ୍ କରିଛନ୍ତି ଯେଉଁଥିରେ ଏକ ହ୍ୱେଲ୍ ମାଛ ସାହାଯ୍ୟର ହାତ ବଢ଼ାଇବା ଭଳି ପାଣିରେ ପଡିଯାଇଥିବା ଆଇଫୋନକୁ ଆଣି ଜଣେ ମହିଳାଙ୍କୁ ଫେରଉଥିବା ଦେଖିବାକୁ ମିଳୁଛି।

 

View this post on Instagram

 

😏 . . #Mood

A post shared by Richa Chadha (@therichachadha) on


ଟ୍ଵିଟରରେ ସାଇନ୍ସ ଗାର୍ଲ ଏହି ଭିଡିଓକୁ ସେୟାର କରିଛନ୍ତି। ସେ ଏହି ଭିଡିଓକୁ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ଏହା ସେହି ମୋମେଣ୍ଟ ଯେଊଁଥିରେ ସମୁଦ୍ର ଭିତରୁ ଏକ ହ୍ୱେଲ୍ ମାଛ ମହିଳାଙ୍କର ଫୋନକୁ ଫେରଉଛି କାରଣ ମହିଳା ଜଣଙ୍କ ବସିଥିବା ବେଳେ ଭୁଲବସତଃ ନିଜ ଫୋନକୁ ପାଣରେ ପକେଇ ଦେଇଥିଲେ। ’ ଏହି ଘଟଣା ନରୱେର ହେମରଫେଷ୍ଟ୍ ହାର୍ବରରୁ ବୋଲି ଜଣାପଡିଛି । ୨ ଜଣ ଯୁବତୀ ଏହି ଫ୍ରେଣ୍ଡଲି ହ୍ୱେଲ୍ ମାଛକୁ ଦେଖିବାକୁ ଆସିଥିଲେ ଏବଂ ଏହି ସମୟରେ ଜଣେ ଛାତ୍ରୀଙ୍କ ଫୋନ୍ ସମୁଦ୍ର ପାଣିରେ ପଡିଯାଇଥିଲା ।

ଏହି ସମୟରେ ପାଣି ଭିତରେ ଥିବା ହ୍ୱେଲ୍ ମାଛ ବିନା କୌଣସି ସମୟ ନଷ୍ଟ କରି ଯୁବତୀଙ୍କୁ ଫୋନ୍ ଫେରାଇଥିଲେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ବେଲୁଗା ହ୍ୱେଲ୍ କୁ ନେଇ ଗୁଜବ ଉଠୁଛି ଯେ ଋଷ୍ ର ନେବଲ୍ ଟ୍ରେନିଙ୍ଗ୍ ରୁ ଏହି ମାଛ ଖସିଆସିଛି । କିଛି କିଛି ଏହାକୁ ଗୁଇନ୍ଦା ମାଛ ବୋଲି ବି କହୁଛନ୍ତି । କୁହାଯାଉଛି ଯେ ନାଭାଲ ଟ୍ରେନିଙ୍ଗ୍ ରେ ଏଭଳି ହ୍ୱେଲ୍ ମାଛଙ୍କୁ କ୍ୟାମେରା , ହତିଆର ଏବଂ ଏହିଭଳି ସ୍ପେଶାଲ୍ ଅପରେସନର ଟ୍ରେନିଙ୍ଗ୍ ଦିଆଯାଉଛି । ଏହି କାରଣରୁ ବୋଧ ହୁଏ ମାଛ ଯୁବତୀଙ୍କୁ ଫୋନ୍ ଫେରାଇଥିବାର ବୋଲି କୁହାଯାଉଛି କିନ୍ତୁ ଏହି ବିଷୟରେ କୌଣସି ଅଫିସିଆଲି ଭାବେ ଘୋଷଣା କରାଯାଇନାହିଁ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଶେଷ ଥର ପାଇଁ ଋଚାଙ୍କୁ କିଛି ସମୟ ପୂର୍ବରୁ ଫିଲ୍ମ ପଙ୍ଗାରେ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.