୧୨ କିଲୋମିଟର ପାହାଡ଼ ଆଉ ୩,୫୦୦ ସିଡି, ଖାଲି ପାଦରେ ତିରୁପତି ବାଲାଜୀ ମନ୍ଦିର ପହଞ୍ଚିଲେ ଜାହ୍ନବୀ କପୁର

ଫିଲ୍ମ ଆକ୍ଟ୍ରେସ୍‌ ଜାହ୍ନବୀ କପୁର ଆନ୍ଧ୍ର ପ୍ରଦେଶର ତିରୁମାଲା ତିରୁପତି ବାଲାଜୀ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିଛନ୍ତି। ମନ୍ଦିର ଯିବା ପାଇଁ ଜାହ୍ନବୀ ଖାଲି ପାଦରେ ୧୨ କିଲୋମିଟରର ପାହାଡ଼ ଚଢ଼ିଥିଲେ। ସେ ୩୫୦୦ଟି ସିଡି ଅତିକ୍ରମ କରି ମନ୍ଦିରରେ ପହଞ୍ଚିଥିଲେ। ଏହାପରେ ଭଗବାନ ଭେଙ୍କେଟେଶ୍ୱରଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ତେବେ ଏହି ଅଭିନେତ୍ରୀ ଖାଲି ପାଦରେ ପାହାଡ଼ ଚଢ଼ୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି।

j22

 

ଜାହ୍ନବୀ କପୁର ଗୋଟିଏ ଦିନ ପୂର୍ବରୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ଶେୟାର କରିଥିଲେ। ଫଟୋରେ ସେ ଧଳା ରଙ୍ଗର ସାଲ୍‌ଓ୍ଵାର ସୁଟ୍‌ ଓ ହଳଦିଆ ରଙ୍ଗର ଦୁପଟ୍ଟାରେ ନଜର ଆସିଥିଲେ। ଏହାସହିତ କାନରେ ସିଲ୍‌ଭର ରଙ୍ଗର ଝୁମ୍‌କା ପିନ୍ଧିଥିଲେ। ସେ ଥକ୍କା ମେଣ୍ଟାଉଥିବାର ଏବଂ ସିଡିର ଫଟୋ ବି ଶେୟାର କରିଥିଲେ।

 

View this post on Instagram

 

🌈🌞

A post shared by Janhvi Kapoor (@janhvikapoor) on

କୁହାଯାଉଛି, ଜାହ୍ନବୀ କପୁର ଏବଂ ତାଙ୍କ ପରିବାରର ତିରୁପତି ମନ୍ଦିରକୁ ନେଇ ବହୁତ ଆସ୍ଥା ରହିଛି। ଏହାପୂର୍ବରୁ ବି ସେ ମନ୍ଦିର ଆସିସାରିଛନ୍ତି। ନିଜ ଫିଲ୍ମ ‘ଧଡକ୍‌’ର ସଫଳତା ପାଇଁ ଅଭିନେତ୍ରୀ ଜଣକ ଏଠାକୁ ଆସିଥିଲେ।

video courtesy: bollywood now

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.