ଏବେ ଆପଣଙ୍କ ପିଲା ବି ହୋଇପାରିବ କୋଟିପତି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ୍

ଏବେ ଆପଣଙ୍କ ପିଲା ବି ବିଗ୍ ବିଙ୍କ ପ୍ରଶ୍ନର ଉତ୍ତର ଦେଇ ହୋଇପାରିବ କୋଟିପତି । ଦେଖା କରିପାରିବ ବିଗ୍ ବିଙ୍କୁ । କାରଣ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି କେବିସି ଜୁନିୟର୍ । ସାଧାରଣ ଲୋକଙ୍କ ସ୍ବପ୍ନକୁ ସାକାର କରୁଥିବା ଏହି ସୋ ରେ ଏବେ ପିଲାମାନେ ପ୍ରଶ୍ନର ଉତ୍ତର ଦେଇ ହୋଇପାରିବେ କୋଟିପତି । କିଡ୍ସ ସ୍ପେଶାଲ୍ ସୋ ପାଇଁ ଅକ୍ଟୋବରରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ । ଏହାର ଘୋଷଣା ନିଜେ ଅମିତାଭ୍ ବଚ୍ଚନ କେବିସିରେ କରିଛନ୍ତି ।

ଯଦି ଆପଣ ବି ଆପଣଙ୍କ ପିଲାର ରେଜିଷ୍ଟ୍ରେସନ୍ କରିବାକୁ ଚାହୁଁଛନ୍ତି ତେବେ ସୋ ର ଆପ୍ kbc-sonyliv କୁ ଯାଇପାରିବେ । ଏହି ଆପରେ ବିସ୍ତାର ଭାବରେ ସମସ୍ତ ସୂଚନା ପାଇପାରିବେ । ତେବେ ଏହି ସୋରେ ଭାଗ ନେବା ପାଇଁ ପିଲାର ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ଯକ ।

ଅନ୍ଯପଟେ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି ୩ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା କେବିସି ୧୦। ଆଉ କେବିସିକୁ ଏହାର ପ୍ରଥମ କୋଟିପତି ମିଳିଯାଇଛି । ଆସାମର ବିନୀତା ଜୈନ୍ ହେଉଛନ୍ତି ଚଳିତ ସିଜନର ପ୍ରଥମ କୋଟିପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.