Below header

ରିଲିଜ ହେଲା KGF CHAPTER 2 ଟ୍ରେଲର, ଉପସ୍ଥିତ ଥିଲେ ବଲିଉଡର ବଡ ବଡ କଳାକାର

କେଜିଏଫ ଚ୍ୟାପଟର ୨ ଆସନ୍ତା ଏପ୍ରିଲ ୧୪ ତାରିଖରେ ରିଲିଜ ହେବାକୁ ଯାଉଛି | ଆଉ ଫିଲ୍ମ ନିର୍ମାତା ମାନେ ବିଶ୍ୱର ସବୁଠୁ ବଡ ଟ୍ରେଲର ଲଂଚ କରି ଫିଲ୍ମର ମାର୍କେଟିଙ୍ଗ କରିବା ନେଇ ସ୍ଥିର କରିଛନ୍ତି | ଏକ ବଡ ଆକାରର ଉତ୍ସବ ଆୟୋଜନ କରାଯାଇ ଟ୍ରେଲର କରାଯାଇଥିବା ବେଳେ ବଲିଉଡ ଜଗତର ଅନେକ ବଡ ବଡ କଳାକାର ବି ଏହି ଉତ୍ସବରେ ଉପସ୍ଥିତ ଥିଲେ | ଫିଲ୍ମ କିପରି ଅଧିକରୁ ଅଧିକ ପ୍ରମୋଟ ହେଉ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଂଚୁ ସେନେଇ ନିର୍ମାତା ମାନେ ଏହି ବିକଳ୍ପ ନେଇ ସ୍ଥିର କରିଥିଲେ | ଆଉ ଏଇଥିପାଇଁ ବୋଧହୁଏ ବାଙ୍ଗାଲୋର ଭଳି ସହରରେ ଟ୍ରେଲର ଲଂଚ କରିବା ନେଇ ସ୍ଥିର ହୋଇଥିଲା |

ଫିଲ୍ମ କେଜିଏଫର ପାର୍ଟ ୨ ଟ୍ରେଲର ଟି ଖୁବ ଦମଦାର ହୋଇଛି ବୋଲି ଶୁଣାହେଉଛି | ଟ୍ରେଲରର ଆରମ୍ଭ ସଞ୍ଜୟ ଦତ୍ତଙ୍କ ଅଭିନୟରୁ ହିଁ ହୋଇଛି | ଯାହାକି ଖୁବ ଜବରଦସ୍ତ ଥିଲା | ଏହା ସହ ସାଉଥ ସୁପରଷ୍ଟାର ୟସଙ୍କ ଅଭିନୟ ବି ସମସ୍ତଙ୍କ ହୃଦୟ ଜିଣି ନେଇଛି | ନିଜ ଡ଼ାଇରେକ୍ଟର ଡେଲିଭରି ପରଦା ଉପରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିଲା | ଆଉ ଏ ଭିତରେ ରବୀନା ଟଣ୍ଡନଙ୍କ ଅଦାକାରୀ ଦୀର୍ଘ ଦିନ ପରେ ସମସ୍ତଙ୍କ ହୃଦୟ ଜିଣି ନେଇଥିଲା | ଆକ୍ଟିଙ୍ଗ ବ୍ୟତୀତ, ଫିଲ୍ମ ସିନେମାଟୋଗ୍ରାଫି, ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ସିନରେ ଆହୁରି ତଡକା ଦେଇଥିଲା | ଫ୍ୟାନ୍ସ ମାନେ ବି କେଜିଏଫର ପାର୍ଟ 2କୁ ନେଇ ଖୁବ ଉତ୍ସାହିତ ଥିବା ଶୁଣାହେଉଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.