ମୋ ଜୀବନରେ ଯିଏ ଅଛି ସେ ରହିବେ, କାହାକୁ ଭୁଲିବାକୁ ଚାହୁଁନାହିଁ: କିଆରା ଆଡଭାନୀ

କିଆରା ଆଡଓ୍ଵାନୀ ଗତକିଛି ଦିନ ହେଲାଣି ବୟଫ୍ରେଣ୍ଡ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ବ୍ରେକଅପ୍‌ ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି।ଦୁହେଁ ଏବେ ପରସ୍ପରକୁ ସାକ୍ଷାତ ବି କରୁନାହାନ୍ତି । ଆଉ ଏବେ କିଆରାଙ୍କ ଅପକମିଙ୍ଗ ଫିଲ୍ମ ‘ଭୁଲ ଭୁଲୈୟା ୨’ର ଟ୍ରେଲର ଲଞ୍ଚ ହୋଇଛି। ଯାହାକୁ ଦେଖିବା ପରେ ଦର୍ଶକ ଭଲ ରେସପନ୍ସ ଦେଇଛନ୍ତି। ଫିଲ୍ମରେ କିଆରା ମଞ୍ଜୁଲିକା ଭୂମିକାରେ ନଜର ଆସିବେ। ଆଉ ଠିକ୍‌ ଏହି ସମୟରେ କିଆରା ମିଡିଆ ସାମ୍ନାକୁ ଆସି ପର୍ସନାଲ ଲାଇଫ ବିଷୟରେ କହିଛନ୍ତି।

ଏକ କାର୍ଯ୍ୟକ୍ରମରେ କିଆରା ହଟ୍ ଲୁକ୍ରେ ନଜର ଆସିଥିଲେ । ସେ ଲାଲ୍ ରଙ୍ଗର ସର୍ଟ ଡ୍ରେସ୍ ପିନ୍ଧିଥିଲେ । ଏହା ଉପରେ ଲାଲ୍ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ । ତାଙ୍କୁ ଜଣେ ସାମ୍ୱାଦିକ ପ୍ରଶ୍ନ ପଚାରିଥିଲେ କି , ତାଙ୍କ ଫିଲ୍ମର ନାଁ ଭୁଲ୍ ଭୁଲେୟା , ତ ସେ କଣ ନିଜର ଜୀବନରେ କାହାକୁ ଭୁଲିବାକୁ ଚାହାନ୍ତି। କିଆରା ଜବାବରେ କହିଥିଲେ , କେବେ ନୁହେଁ , ପ୍ରତି ଲୋକ, ଯାହାଙ୍କୁ ମୁଁ ଜୀବନରେ ଭେଟିଛି , ମୋ ଜୀବନ ସହ ଯିଏ ଜଡ଼ିତ , କେବେ ବି ନୁହେଁ । ମୁଁ କାହାକୁ ଭୁଲିବାକୁ ଚାହୁଁନାହିଁ ।

କିଆରାଙ୍କୁ ଫ୍ୟାନ୍ସ ‘ଡି୍ରମ ଗାର୍ଲ’ ଟ୍ୟାଗ୍‌ ଦେଇସାରିଛନ୍ତି। ଫ୍ୟାନ୍ସ ଏହି ଟ୍ୟାଗ୍‌ ହେମାମାଲିନୀଙ୍କୁ ଦେଇଥିଲେ। ତେଣୁ ନିଜ ବହୁତ ଭାଗ୍ୟଶାଳୀ ବୋଲି କିଆରା କହିଛନ୍ତି। ହେମାମାଳିନୀଙ୍କର ବଡ ଫ୍ୟାନ ହେଉଛନ୍ତି କିଆରା। ତାଙ୍କ ଅଭିନୟ, ଡ୍ୟାନ୍ସ, ଭାବଭଙ୍ଗୀରେ ହୁଏତ ଆଉ କାହା ପାଖରେ ନାହିଁ ବୋଲି କିଆରା କହିଛନ୍ତି। ତେଣୁ ମୁଁ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଉଛି କି, ଲୋକମାନେ ମୋତେ ଏହି ଟ୍ୟାଗ୍‌ ପାଇଁ ଉପଯୁକ୍ତ ଭାବିଛନ୍ତି।

kiara-sid

କିଆରା ଏବଂ ସିଦ୍ଧାର୍ଥ ଉଭୟ ୩ ବର୍ଷରୁ ଅଧିକ ସମୟ ହେବ ପରସ୍ପରକୁ ଡେଟ୍ କରୁଥିଲେ । ଶେରଶାହର ସେଟ୍ରେ କିଆରା ଓ ସିଦ୍ଧାର୍ଥଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ପ୍ରଶଂସକ ତାଙ୍କର ଯୋଡ଼ିଙ୍କୁ ସ୍କ୍ରିନ୍ ଓ ରିୟଲ ଲାଇଫ୍ରେ ପସନ୍ଦ କରୁଥିଲେ। ତାଙ୍କର ବ୍ରେକ୍ଅପ୍ ହେବା ଖବରରେ ପ୍ରଶଂସକ ବି ଦୁଃଖିତ ହୋଇଛନ୍ତି ।

ଫିଲ୍ମ ‘ଭୁଲ୍‌ ଭୁଲୈୟା’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଲିଡ ରୋଲରେ ନଜର ଆସିବେ କିଆରା। ଗତଥର ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ମଞ୍ଜୁଲିକା ଭୂମିକାରେ ବିଦ୍ୟା ବାଲାନ ନଜର ଆସିଥିଲେ। କିନ୍ତୁ ଏଥର ମଞ୍ଜୁଲିକା ଭୂମିକାରେ କିଆରା ନଜର ଆସିବେ। ଏହାଛଡା କିଆରା ‘ଗୋବିନ୍ଦା ମେରା ନାମ’, ଜୁଗ୍‌ ଜୁଗ୍‌ ଜିୟୋ’ରେ ରାମଚରଣଙ୍କ ସହିତ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.