କିଶୋର କୁମାରଙ୍କୁ ପ୍ରଥମରୁ ନିଜ ମୃତ୍ୟୁର ମିଳିସାରିଥିଲା ସୂଚନା, ଏହି କଥାକୁ ନେଇ କରିଥିଲେ ସତର୍କ

ବଲିଉଡର ଶ୍ରେଷ୍ଠ ପ୍ରଚ୍ଛଦ ଗାୟକ କିଶୋର କୁମାରଙ୍କୁ ଜଣା ପଡିଯାଇଥିଲା କି ତାଙ୍କ ପାଖରେ ଆଉ ବେଶୀ ସମୟ ନାହିଁ । ଏହି କଥା ଦିବଗଂତ ଗାୟକ କିଶୋର କୁମାରଙ୍କ ପୁଅ ଅମିତ କୁମାର କହିଥିଲେ,ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନିଜର ଯାଦୁକରୀ ସଂଗୀତରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିବା ଗାୟକ କିଶୋର କୁମାର ୨୮ ବର୍ଷ ତଳୁ ପରଲୋକକୁ ଗଲେଣି । ହେଲେ ଆଜି ବି ସେ ସମସ୍ତଙ୍କ ହୃଦୟରେ ଜିବୀତ ରହିଛନ୍ତି । ତାଙ୍କର ଗୀତ ଆଜି ବି ଲୋକଙ୍କ ମନ ଓ ହୃଦୟରେ ଜୀବନ୍ତ ରହିଛି । ଆଜି ବି କିଶୋର କୁମାରଙ୍କ ରୋମାଣ୍ଟିକ ହେଉ ବା ଉଦାସ ଭରା ଗୀତ ଲୋକଙ୍କ ହୃଦୟ ଛୁଇଁଯାଏ । ଗାଇବା ଛଡା ସେ ବଲିଉଡରେ ଅଭିନୟ ମଧ୍ୟ କରିଛନ୍ତି ।


କିଶୋର କୁମାରଙ୍କ ଜନ୍ମ ମଧ୍ୟପ୍ରଦେଶର ଖଣ୍ଡଓ୍ଵାରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ଆଭାସ କୁମାର ଗାଙ୍ଗୁଲି ଥିଲା । ‘ମେରେ ସାମନେ ବାଲି ଖିଡିକ ସେ, ମେରେ ସପନୋ କି ରାଣୀ କବ ଆୟେଗୀ ତୁ, ଭଳି ଚିର ସବୁଜ ସଂଗୀତ ଆଜି ବି ଉତ୍ସୁକତାର ସହ ଶୁଣାଯାଏ । ୭୦ ଓ ୮୦ ଦଶକରେ କିଶୋର କୁମାର ସବୁଠୁ ଦାମୀ ଗାୟକ ଥିଲେ । ସେତେବେଳେ ସେ ସବୁ ନାମୀଦାମୀ ଅଭିନେତାଙ୍କ ପାଇଁ ଗୀତ ଗାଇଛନ୍ତି । କିଶୋର କୁମାରଙ୍କ ପରଲୋକରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ହେଲେ କିଶୋରଙ୍କୁ ତାଙ୍କ ମୃତ୍ୟୁର ସୂଚନା ଆଗରୁ ଥିଲା, ଯେଉଁଥିପାଇଁ ସେ କେତକ କଥା ପ୍ରତି ସତର୍କ ରହିବାକୁ କହିଥିଲେ ।

୨୦୦୨ ରେ ଏକ ସାକ୍ଷାତକାରରେ ଦିବଗଂତ କିଶୋର କୁମାରଙ୍କ ପୁଅ ଗାୟକ ଅମିତ କୁମାର ପିତାଙ୍କ ଶେଷ ସମୟ ନେଇ କିଛି କହିଥିଲେ । ଏହାକୁ ଶୁଣିବାକୁ ଯେ କେହି ଉତ୍ସୁକ ହେବେ । ଅମିତ କହିଥିଲେ ଯେ ବାପାଙ୍କୁ ତାଙ୍କ ମୃତ୍ୟୁର ପୂର୍ବରୁ ସୂଚନା ମିଳିସାରିଥିଲା । ପିତାଙ୍କ ଚତୁର୍ଥ ବିବାହକୁ ମନେ ପକାଇ ଅମିତ କହିଥିଲେ ଯେ ପିତାଙ୍କୁ ଅଭିନେତା ଲୀନା ଚନ୍ଦାବରକରଙ୍କ ସହ ଖୁସି ମିଳିଥିଲା । ଉଭୟଙ୍କ ବିବାହ ୧୯୮୦ ରୁ ୧୯୮୭ ମଧ୍ୟରେ ହୋଇଥିଲା । କିଶୋର କୁମାର ପ୍ରଥମେ ଅଭିନେତ୍ରୀ ମଧୁବାଲାକୁ ବିବାହ କରିଥିଲେ ।

ଅମିତ କୁମାର ଏକ ଇଣ୍ଟଭ୍ୟୁରେ କହିଥିଲେ ପିତାଙ୍କୁ ତାଙ୍କ ମୃତ୍ୟୁର ଆଭାସ ମିଳିସାରିଥିଲା । ସେ ସୁମିତ(ଅମିତଙ୍କ ସାବତ ଭାଇ) ଙ୍କୁ ସ୍ୱିମିଂ ଯିବାକୁ ମନା କରିଥିଲେ । ସେ ଚିନ୍ତାରେ ଥିଲେ ଯେ କାନାଡରୁ ତାଙ୍କ ଫ୍ଲାଇଟ ଠିକ ସୟରେ ଯେପରି ଅବତରଣ କରେ । ଅମିତ କହିଥିଲେ ଯେ ସେ ହାର୍ଟ ଆଟାକ୍‌ ଲକ୍ଷଣ ଅନୁଭବ କରିଥିଲେ,ହେଲେ ମଜାରେ କହିଥିଲେ, ‘ଯଦି ମୁଁ ଡାକ୍ତରଙ୍କୁ ଡାକିବି, ତେବେ ତାଙ୍କୁ ହାର୍ଟ ଆଟାକ ହୋଇଯିବ ।’ ବାସ୍ତବରେ ସେ ହସୁଥିଲେ ଓ ପତ୍ନୀ ଲୀନାଙ୍କ ସହ କଥା ହେଉଥିଲେ । ତାଙ୍କ ପତ୍ନୀ ଲୀନା ଭାବିଥିଲେ ସେ ମଜା କରୁଛନ୍ତି, ହେଲେ କିଛି ିସମୟ ଭିତରେ କିଶୋରଙ୍କ ହାର୍ଟ ଆଟାକରେ ପରଲୋକ ହୋଇଥିଲା । ଯାହାକୁ ଶୁଣି ଯେ କେହି ସ୍ତବ୍ଧ ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.