Below header

ବିବାହ କରିବାକୁ ଯାଉଛନ୍ତି କୋରିଆନ ୱେବ ସିରିଜର ଫେମସ ଯୋଡି

କୋରିଆନ ଡ୍ରାମା ଏବେ ୟଙ୍ଗମାସଙ୍କର ବେଶ ପସନ୍ଦ । ଏହାରି ଭିତରେ ଖବର ଆସିଛି କି ଦକ୍ଷିଣ କୋରିଆ ତାରକା ସନ ୟେ ଜିନ ଓ ହ୍ୟୁନ ବିନ ବିବାହ କରିବାକୁ ଘୋଷଣା କରିଛନ୍ତି । ଏହି ଦମ୍ପତ୍ତି ସର୍ବସାଧାରଣରେ ପ୍ରକାଶ କରିବା ପରେ ପାଖାପାଖି ବର୍ଷେ ପରେ ଖବର ମିଳିଛି କି ବିଶ୍ୱର ହିଟ କୋରିଆନ ଡ୍ରାମା କ୍ରାସ ଲ୍ୟାଣ୍ଡିଙ୍ଗ ଅନ ୟୁ ୨୦୧୯ରେ ଅଭିନୟ କରିବା ପରେ ସେମାନ ସେମ୍ପର୍କରେ ଥିଲେ ।

ସନ ଇନଷ୍ଟାରେ ଏକ ଫଟୋ ସହ ସେୟାର କରିଛନ୍ତି କି ଏହି କାହାଣୀ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହାକୁ ସେୟାର କିପରି କରିବି ସେ ବିଷୟରେ ବହୁତ ଭାବିଲି । ହେଲେ ଏବେ ମୁଁ ଜଣକୁ ପାଇଛି ଯାହା ସହ ବାକି ଥିବା ଜୀବନ ମୁଁ ବିତାଇବି । ଏହା ମୋ ସହ ସ୍ୱାଭାବିକ ଭାବରେ ଘଟିଛି କିନ୍ତୁ ଏହା ଭାଗ୍ୟ ନୁହେଁ ତ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ହ୍ୟୁନଙ୍କ ନାମ ଉଲ୍ଲେଖ ନକରି ସେ କହିଛନ୍ତି କି ସେ ତାଙ୍କ ସହ ସୁରକ୍ଷିତ ଅନୁଭବ କରନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ଦୟାକରି ଆମ ଭବିଷ୍ୟତର ଆରମ୍ଭକୁ ସେଲିବ୍ରେଟ କରିବାକୁ ସାହାଯ୍ୟ କରନ୍ତୁ । ତେବେ ଆଗାମୀ ଡ୍ରାମା ୩୯ ରେ ନଜର ଆସିବେ ଏହି ଅଭିନେତ୍ରୀ । ପ୍ୟାନ୍ସଙ୍କ ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ସେ ।

ଏପଟେ ଇନଷ୍ଟାଗ୍ରାମରେ ତାଙ୍କ ଏଜେନ୍ସି ଭାଷ୍ଟ ଏଣ୍ଟରଟେନମେଣ୍ଟ ଦ୍ୱାରା ସେୟାର କରାଯାଇଥିବା ଚିଠିରେ ହ୍ୟୁନ କହିଛନ୍ତି କି ସେ ସନଙ୍କୁ ବିବାହ କରିବାକୁ ଯାଉଛନ୍ତି ଯିଏ ସବୁବେଳେ ତାଙ୍କୁ ହସାଇଥାଏ । କହିରଖୁଛୁ ସନ ଓ ହ୍ୟୁନ ୨୦୧୮ରେ ଆକ୍ସନ ଥ୍ରୀଲର ଫିଲ୍ମ ଦ ନେଗୋସିଏସନରେ ଏକାଠି କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.