ପ୍ରମିଳା ମଲ୍ଲିକଙ୍କୁ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲାପାଳ
କେନ୍ୟୁଜ୍(ବ୍ୟୁରୋ): ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ପରେ କାରଣ ଦର୍ଶାଅ ନୋଟିସ୍ । ବିଧାୟିକାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର । ପ୍ରମିଳା ମଲ୍ଲିକ ନିର୍ବାଚନ ପ୍ରଚାର ସମୟରେ ଭୋଟରଙ୍କୁ ପ୍ରଭାବିତ କଲା ଭଳି ଭାଷଣ ଦେଇଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।
ଅଳକୁଣ୍ଡ ଅଞ୍ଚଳରେ ନିର୍ବାଚନୀ ପ୍ରଚାର ବେଳେ ପ୍ରମିଳା ମଲ୍ଲିକ ଦଳ ସପକ୍ଷରେ ଭୋଟ୍ ଭିକ୍ଷା କରିଥିଲେ । ଏନେଇ ଆଜି ବିଧାୟିକା ଓ ବିଞ୍ଝାରପୁର ବିଡିଓଙ୍କୁ ନୋଟିସ୍ କରିଛନ୍ତି ଜିଲ୍ଲାପାଳ । ଗତକାଲି ବିଧାୟକ ପ୍ରମିଳା ମଲ୍ଲିକ ନିଜର ପ୍ରତିକ୍ରିୟାରେ କହିଥିଲେ ସେ କୌଣସି ଆଚରଣ ବିଧିର ଉଲଂଘନ କରି ନାହାନ୍ତି ।