Below header

ରେଳ ଧାରଣାରେ ଶୋଇଥିବା ଯୁବକଙ୍କ ଉପରେ ଚାଲିଗଲା ଟ୍ରେନ, କିନ୍ତୁ ତାପରେ ଘଟିଲା ଏପରି ଦେଖନ୍ତୁ ଭିଡିଓ

ଆମ ଓଡିଆରେ ଗୋଟେ ଲୋକ କଥା ରହିଛି ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’। ଆପଣ ଏହି କଥା ଶୁଣିଥିବେ ଆୟୁଷ ପୂୂରିନଥିଲେ ଯମ ବି ମାରିପାରିବନି। ଏହି କଥା ପୂରା ଅକ୍ଷରେ ଅକ୍ଷରେ ପାଳନ ହୋଇଛି ଜଣେ ବ୍ୟକ୍ତିଙ୍କ ଠାରେ। ରାଜସ୍ଥାନ ସଓ୍ଵାଇ ମାଧୋପୁରରେ ଏକ ମାଲଗାଡି ଟ୍ରେନ ଯୁବକଙ୍କ ଉପର ଦେଇ ଚାଲିଗଲା କିନ୍ତୁ ରେଳ ଧାରଣାରେ ଶୋଇ ରହିଥିବା ଯୁବକଙ୍କର ଏତିିକି ଟିକିଏ ବି ଖଣ୍ଡିଆ ହେଲାନାହିଁ।

ସୂଚନା ଅନୁଯାୟୀ ଗଙ୍ଗାପୁର ସହରରେ କରୌଲୀ ଏବଂ ହିଣ୍ଡୋନ ଗେଟ ମଝିରେ ଦିଲ୍ଲୀ-ମୁମ୍ବାଇ ମେନ ଲାଇନରେ ଜଣେ ଯୁବକ ରେଳ ଧାରଣା ଉପରକୁ ଚାଲିଆସିଥିବା ଖବର ଲୋକଙ୍କ ପାଖରେ ପହଁଚିଗଲା। ଏହି ଘଟଣାର ଭିଡିଓ ଯେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହେଲା ସେତେବେଳେ ଲୋକେ ଏହି ଘଟଣାର ଦୃଶ୍ୟ ଦେଖି ଏକଦମ୍‌ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଜଣେ ଯୁବକ ରେଳ ଧାରଣା ମଝିରେ ବେହୋସ ହୋଇ ପଡିରହିଥିଲେ। ଆଉ ତାଙ୍କ ଉପରେ ମାଲବାହୀ ଟ୍ରେନ ଚାଲିଗଲା ଅଥଚ ସେ ଜାଣିପାରିଲେନି।

ରେଳ ଧାରଣାରେ ପଡିରହିଥିବା ଏହି ଯୁବକଙ୍କ ନାଁ ହେଉଛି ଦଲଚନ୍ଦ ମହାବର। ତାଙ୍କ ବୟସ ୨୭ ବର୍ଷ ବୋଲି ଜଣାପଡିଛି। ତେବେ କୁହାଯାଉଛି ଯେ ଯୁବକ ଜଣଙ୍କ ପ୍ରଚୁର ମଦ ପିଇଥିଲେ। ନିଶାରେ ଚୂର ହୋଇ ସେ ରେଳ ଧାରଣା ପାର କରୁଥିବାବେଳେ ରେଳ ଧାରଣା ମଝିରେ ଫସିଗଲେ। ମୁଣ୍ଡରେ ଆଘାତ ଲାଗିଥିବା କାରଣରୁ ସେ ବେହୋସ ହୋଇ ଟ୍ରାକ ଉପରେ ହିଁ ପଡିରହିଲେ। କିନ୍ତୁ ଏହି ସମୟରେ ଟ୍ରେନଟି ଯୁବକଙ୍କ ଉପର ଦେଇ ଚାଲିଗଲା। କିନ୍ତୁ ଯୁବକଙ୍କ ଆୟୁଷ ପୂରି ନଥିବା କାରଣରୁ ସେ ବଞ୍ଚିଗଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.