ଫ୍ଲିପକାର୍ଟ ଅଫର ! ୩ ହଜାରରୁ କମ ଟଙ୍କାରେ କିଣନ୍ତୁ vivo ର ୨୨ ହଜାର ସ୍ମାର୍ଟଫୋନ୍

ଫୋନ କମ୍ପାନୀ ଗୁଡିକ ଏବେ ଅଫର ଉପରେ ଅଫର ଦେଉଛନ୍ତି । ସେହିପରି ଭିଭୋ ମଧ୍ୟ ଫ୍ଲିପକାର୍ଟରେ ଆଣିଛି ଦମଦାର ଅଫର । ଏହି ଅଫର ସାହାଯ୍ୟରେ ଆପଣ ୧୯ ହଜାର ସ୍ମାର୍ଟଫୋନକୁ ଏବେ ମାତ୍ର ୩ ହଜାର ଟଙ୍କାରେ କିଣିପାରିବେ। ଫ୍ଲିପକାର୍ଟ ମୋବାଇଲ୍ ବୋନାନଜା ସେଲ ମାଧ୍ୟମରେ ଆପଣ କିଣିପାରିବେ ଭିଭୋ ଫୋନ୍ । ଆପଣ ଏବେ ଏହି ଅଫର ଗୁଡିକର ଲାଭ ଉଠାଇ ପାରିବେ। ଏହି ଫ୍ଲିପକାର୍ଟ ମୋବାଇଲ୍ ବୋନାନଜା ସେଲ ଫେବୃଆରୀ ୧୪ ପର୍ଯ୍ୟନ୍ତ ରହିବ। ଯେଉଁଥିରେ ଫୋନ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି।

ମୋବାଇଲ ବୋନାନଜା ସେଲ ଫ୍ଲିପକାର୍ଟରେ ଆରମ୍ଭ ହୋଇଯାଇଛି । ଫ୍ଲିପକାର୍ଟର ଏହି ବିକ୍ରିରେ ସ୍ମାର୍ଟଫୋନ୍ ଗୁଡିକ ବହୁତ ଶସ୍ତାରେ କିଣାଯାଇପାରିବ। ତେବେ ଭିଭୋ ଫୋନ ବ୍ୟବହାର କରିଥିବା ୟୁଜରମାନେ ମଧ୍ୟ ଏହାର ଭଲ ରିଭ୍ୟୁ ଦେଇଛନ୍ତି । ଯଦି ଆପଣ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଏହି ଅଫରରେ ଆପଣ ଫୋନ କିଣିପାରିବେ। ଏମିତିକି ଅଫରଗୁଡିକର ଲାଭ ଉଠାଇ ଆପଣ ୩ ହଜାର ଟଙ୍କାରୁ କମ୍ ମୂଲ୍ୟରେ ଭିଭୋ Y33T କିଣିପାରିବେ।

vivo
Picture Credit -Aajtak

ଭିଭୋ Y33T ର ଲଞ୍ଚ ମୂଲ୍ୟ ୨୨,୯୯୦ ଟଙ୍କା କିନ୍ତୁ ଫ୍ଲିପକାର୍ଟରେ ଫୋନ ୧୮,୯୯୦ ଟଙ୍କାରେ ଆପଣ ପାଇପାରିବେ । ଏହି ଫୋନରେ ଆପଣଙ୍କୁ ୧୭ ପ୍ରତିଶତ ରିହାତି ମିଳୁଛି । ଏହା ବ୍ୟତୀତ ବ୍ୟାଙ୍କ ଅନୁଯାୟୀ ମଧ୍ୟ ଫୋନର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇବ। ଯଦି ଆପଣ CITI ବ୍ୟାଙ୍କ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡରେ ଫୋନ କିଣିବେ ତେବେ ଆପଣଙ୍କୁ ୭୫୦ ଟଙ୍କା କ୍ୟାସବ୍ୟାକ୍ ମିଳିବ ଅର୍ଥାତ୍ ଫୋନର ମୂଲ୍ୟ ୧୮,୯୯୦ ଟଙ୍କା ପରିବର୍ତ୍ତେ ୧୮,୨୪୦ ଟଙ୍କା ହେବ । ଏହା ବ୍ୟତୀତ ଫୋନ ଏକ୍ସଚେଞ୍ଜ୍ ଅଫର ମଧ୍ୟ ରହିଛି ।

ଫ୍ଲିପକାର୍ଟ ମୋବାଇଲ୍ ବୋନାନଜା ଭିଭୋ Y33T ଏକ୍ସଚେଞ୍ଜ୍ ଅଫର୍ ମଧ୍ୟ ରହିଛି । ଭିଭୋ Y33T ରେ ୧୫,୫୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ମଧ୍ୟ ମିଳିବ । ଯଦି ଆପଣ ନିଜର ପୁରୁଣା ଭିଭୋ ସ୍ମାର୍ଟଫୋନ୍ ଦେଇ ନୂଆ ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଣ କିଣିପାରିବେ, ଯେଉଁଥିରେ ଆପଣଙ୍କୁ ୧୫,୫୦୦ ଟଙ୍କାର ରିହାତି ମିଳିବ। କିନ୍ତୁ ଆପଣଙ୍କ ପୁରୁଣା ଫୋନର ଅବସ୍ଥା ଠିକ ରହିଥିବା ଦରକାର ଓ ଏହା ସହିତ ଏହା ଲାଟେଷ୍ଟ ମଡେଲ ହୋଇଥିବା ଦରକାର। ଯଦି ଆପଣ ଫୋନ ଉପରେ ଟୋଟାଲ ରିହାତି ପାଇବାକୁ ଏଲିଜିବୁଲ ହେବେ ତେବେ ଆପଣଙ୍କୁ ମାତ୍ର ୨,୭୪୦ ମୂଲ୍ୟରେ ଭିଭୋ Y33T ମିଳିବ।

ଏବେ ଆସନ୍ତୁ ଜାଣିବା ଏହାର ଫିଚର ବିଷୟରେ :

Vivo Y33T ରେ 6.58-ଇଞ୍ଚ୍ LCD ପ୍ୟାନେଲ୍ ରହିଛି ଯାହାର ରେଜୋଲୁସନ ହେଉଛି 2408 × 1080 ପିକ୍ସେଲ (FHD +) । ଏଥିରେ 90Hz ରିଫ୍ରେସ୍ ରେଟ୍ ଏବଂ ଏକ ଡ଼ିଉଡ୍ରପ ନଚ୍ ମଧ୍ୟ ରହିଛି ଯେଉଁଥିରେ 16MP ସେଲଫି ସ୍ନାପର୍ ମଧ୍ୟ ରହିଛି । ଡିସପ୍ଲେରେ ସ୍କ୍ରିନ-ଟୁ-ବଡି ରେସିଓ 90.6% ରହିଛି ଏବଂ ଏହା 96% NTSC କଲର ଗ୍ୟାମିଟ କଭର କରେ। ଏହାର ଓଜନ ହେଉଛି ୧୮୨ ଗ୍ରାମ ଏବଂ ଚଉଡା ୮ମିମି।

ଭିଭୋ Y33T ବ୍ୟାଟେରୀ ମଧ୍ୟ ଭଲ ରହିଛି । Vivo Y33T 4G ସକ୍ଷମ କ୍ୱାଲକମ୍ ସ୍ନାପଡ୍ରାଗନ୍ 680 SoC ଦ୍ୱାରା ସଞ୍ଚାଳିତ ଯାହାକୁ 8GB RAM ଏବଂ 128GB ଷ୍ଟୋରେଜ୍ ସହିତ ଯୋଡ଼ା ଯାଇଛି ଓ ଏହାକୁ ମାଇକ୍ରୋ SD କାର୍ଡ ମାଧ୍ୟମରେ ମେମୋରୀ ବଢ଼ାଯାଇପାରିବ। ଏଥିରେ 5000mAh ବ୍ୟାଟେରୀ ଅଛି ଯାହା 18W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ମାର୍କେଟରେ ଉପଲବ୍ଧ ।

ଭିଭୋ Y33T ର କେବଳ ବ୍ୟାଟେରୀ ନୁହେଁ ଏହାର କ୍ୟାମେରା ମଧ୍ୟ ଦମଦାର ରହିଛି। ଭିଭୋ Y33T ରେ କ୍ୟାମେରା ସେଟଅପ ଖୁବ ଆକର୍ଷଣୀୟ ରହିଛି । 50MP ପ୍ରାଇମେରୀ ସେନ୍ସର ରହିଥିବା ବେଳେ 2MP ଦେପ୍ଥ ସେନ୍ସର ଏବଂ 2MP ମାକ୍ରୋ ୟୁନିଟ୍ ସହିତ ଏଥିରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । ଏହା ସୁପର ନାଇଟ୍ ମୋଡ୍, ସୁପର HDR ଏବଂ ପର୍ସନାଲାଇଜଡ୍ ପୋର୍ଟ୍ରେଟ୍ ମୋଡ୍ ପରି ଫିଚର ସହିତ ମାର୍କେଟରେ ଉପଲବ୍ଧ । ଡିଭାଇସ ଫିଚର କଥା କହିବାକୁ ଗଲେ ଏଥିରେ 4G କନେକ୍ଟିଭିଟି ରହିବା ସହିତ ଡୁଆଲ୍-ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ୍ 5.2, ଜିପିଏସ୍, ଗ୍ଲୋନାସ୍, ଗାଲିଲିଓ, QZSS ଏବଂ USB ଟାଇପ୍-ସି ପୋର୍ଟ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.