Below header

ଦିନିକିଆରେ ଟିମ୍‌ ଇଣ୍ଡିଆର କ୍ଲିନ୍‌ ସୁଇପ, ଶେଷ ମ୍ୟାଚ୍‌ରେ ଇଣ୍ଡିଜକୁ ୯୬ ରନରେ ପରାସ୍ତ କଲା ରୋହିତ ଆଣ୍ଡ କୋ

ଅହମଦାବାଦ : କ୍ଲିନ ସୁଇପ କଲା ଭାରତ । ଦିନିକିଆ ସିରିଜ୍‌କୁ ୩-୦ରେ ଜିତିଗଲା । ତୃତୀୟ ତଥା ଶେଷ ମ୍ୟାଚ୍‌ରେ ୨୬୬ ରନର ଲକ୍ଷ୍ୟରେ ଥିଲା ୱେଷ୍ଟଇଣ୍ଡିଜ ଆଗରେ । ଯାହାକୁ ଭାରତୀୟ ବୋଲର୍‌ ଆଶା ଧୂଳିସାତ କରି ଦେଇଛନ୍ତି। ଅହମଦାବାଦରେ ଖେଳାଯାଇଥିବା ଶେଷ ଦିନିକିଆରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଜିତି ସିରିଜ ପୋଛି ନେଇଛି ବ୍ଲୁ ବାହିନୀ ।

ପ୍ରଥମେ ବ୍ୟାଟିଂ କରି ୨୬୫ ରନ କରିଥିଲା ଭାରତ । ମାତ୍ର ୪୨ ରନ୍‌ରେ ପ୍ରଥମ ତିନିଟି ଓ୍ଵିକେଟ୍‌ ହରାଇ ଅସୁବିଧାରେ ଥିବା ବେଳେ ଦଳକୁ ରକ୍ଷା କରିଥିଲେ ଶ୍ରେୟସ ଆୟର ଏବଂ ଫର୍ମରେ ଥିବା ଓ୍ଵିକେଟ କିପର ଋଷଭ ପନ୍ତ । ଆୟର ୮୦ ଏବଂ ପନ୍ତ ୫୬ ରନ୍‌ କରିଥିଲେ । ପରେ ଓ୍ଵାଶିଂଟନ୍‌ ସୁନ୍ଦର ୩୩ ରନ୍‌ ଏବଂ ଦୀପକ ଚହର ୩୮ ରନ୍‌ କରିଥିଲେ ।ତେବେ ଇଣ୍ଡିଜ୍‌ ଇନିଂସ୍‌ରେ ଭାରତୀୟ ବୋଲରମାନେ ଲଗାତାର ଗୋଟିଏ ପରେ ଗୋଟିଏ ୱିକେଟ ହାସଲ କରି ମ୍ୟାଚ ନିଜ ନାଁରେ କରିନେଇଛି ଦଳ । ଏପଟେ ଭାରତୀୟ ବୋଲରଙ୍କୁ ସାମନା ନକରିପାରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭ୍ରମଣକାରୀ ଦଳ । ପୁରନ ୩୪ ଓ ସ୍ମିଥ୍‌ ୩୬ ରନ୍‌ କରିଛନ୍ତି । ପୂର୍ବରୁ ୩ ଟିକିଆ ସିରିଜରେ ଭାରତ ୨-୦ରେ ଆଗୁଆ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.