ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଟିଆ ସୀମାନ୍ତବର୍ତ୍ତୀ ଗାଁରେ ପୋଲିସର ଫ୍ଳାଗ ମାର୍ଚ୍ଚ

କୋରାପୁଟ(କେନ୍ୟୁଜ୍):ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋରାପୁଟ ଜିଲ୍ଲା କୋଟିଆ ସୀମାନ୍ତବର୍ତ୍ତୀ ଗାଁରେ ପୋଲିସର ଫ୍ଳାଗ ମାର୍ଚ୍ଚ । ଫଗୁଣସେନେରୀ, ଫାଟୁସେନେରି , ନେରେଡିୱ୍ଵାଲସା ସମେତ ୨୮ଟି ରାଜସ୍ୱ ଗାଁରେ ଆଇଆରବି ଓ ଓଡ଼ିଶା ପୋଲିସ ପକ୍ଷରୁ ଫ୍ଳାଗ ମାର୍ଚ୍ଚ କରାଯାଇଛି । କୋଟିଆ ପଞ୍ଚାୟତର ୧୩ ଟି ୱ୍ଵାର୍ଡର ସବୁ ବୁଥ ଅତି ସମ୍ବେଦନଶୀଳ ରହିଛି ।

police flag march2

ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ର ପୋଲିସ ଓ ଆନ୍ଧ୍ର ଏଜେଣ୍ଟ ବିଶୃଙ୍ଖଳା ସୃଷ୍ଟି ଜରିବାକୁ ଉଦ୍ୟମ କରୁଛନ୍ତି । କୋଟିଆ ଲୋକଙ୍କ ମନୋବଳ ଦୃଢ କରିବା ଓ ବିଶୃଙ୍ଖଳା କାରୀଙ୍କୁ ସତର୍କ କରାଇବାକୁ ଫ୍ଲାଗ ମାର୍ଚ୍ଚ ହୋଇଛି । ଏ ନେଇ ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି । କୋଟିଆରେ କୌଣସି ପ୍ରକାର ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ ବୋଲି କୋରାପୁଟ ଜିଲ୍ଲାପାଳ ସତର୍କ କରି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.