ଫିଲ୍ମ ‘ଆଦିପୁରୁଷ’ରେ ସୀତା ହେବେ କ୍ରିତି ସାନନ, ଇନ୍‌ଷ୍ଟାରେ ଫଟୋ ଶେୟାର କରି ସୂଚନା ଦେଲେ ଏହି ଅଭିନେତ୍ରୀ

ଫିଲ୍ମ ‘ଆଦିପୁରୁଷ’କୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଫିଲ୍ମରେ ସୈଫ ଅଲ୍ଲୀ ଖାନ ଓ ପ୍ରଭାସ ମୁଖ୍ୟ ଭୂମିକାରେ ନଜର ଆସିବେ। ସେପଟେ ଫିଲ୍ମକୁ ନେଇ ଆଉ ଏକ ଅପ୍‌ଡେଟ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ କ୍ରିତି ସାନନ ବି ଗୁରୁତ୍ୱପୂର୍ଣ୍ଣ ରୋଲ୍‌ ପ୍ଲେ କରିବେ। ପ୍ରଭାସ ରାମ, ସୈଫ୍‌ ଅଲ୍ଲୀ ଖାନ ରାବଣ ଓ କ୍ରିତି ସାନନ ସୀତାଙ୍କ ଭୂମିକାରେ ଅଭିନୟ କରିବେ।

ଏ ନେଇ କ୍ରିତି ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଏଥିରେ ସେ କ୍ୟାପସନ ଲେଖିଛନ୍ତି କି, ‘ନୂଆ ଯାତ୍ରାର ଆରମ୍ଭ। ଫିଲ୍ମ ଆଦିପୁରୁଷରେ କାମ କରିବା ପାଇଁ ବହୁତ ଉତ୍ସାହିତ ଅଛି’। କ୍ରିତିଙ୍କ ଫ୍ୟାନ୍‌ମାନେ ଏହା ଉପରେ ଜବରଦସ୍ତ ପ୍ରତିକ୍ରିୟା ଦେଇଛନ୍ତି।

ଫିଲ୍ମରେ ଆକ୍ଟର ସନି ସିଂ ମଧ୍ୟ ଦେଖାଯିବେ। କ୍ରିତିଙ୍କ ପୋଷ୍ଟ ଉପରେ ସନି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି, ‘ଆଦିପୁରୁଷରେ ଆପଣଙ୍କୁ ସ୍ୱାଗତ। ଆଶା ଅଛି, ଅସତ୍ୟ ଉପରେ ସତ୍ୟର ଜୟ ହେବ’। କହି ରଖୁଛୁ, ସନି ସିଂ ଫିଲ୍ମରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିବେ। ଫିଲ୍ମକୁ ଓମ୍‌ ରାଉତ ନିର୍ଦ୍ଦେଶନା ଦେଉଛନ୍ତି।
ଓମ୍‌ ରାଉତ ‘ତାହ୍ନାଜୀ: ଦ ଅନସଙ୍ଗ ଓ୍ଵାରିୟର’କୁ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ସୈଫ୍‌ ଅଲ୍ଲୀ ଖାନ୍‌ ଭିଲେନ୍‌ ଚରିତ୍ରରେ ଅଭିନୟ କରିଥିଲେ ଏବଂ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରାଯାଇଥିଲା। ଏଥିରୁ ପ୍ରେରିତ ହୋଇ ସୈଫ୍‌ଙ୍କୁ ଆଦିପୁରୁଷରେ ରାବଣ ଚରିତ୍ର ଦିଆଯାଇଛି।

 

View this post on Instagram

 

A post shared by Kriti (@kritisanon)