Below header

ଷ୍ଟେସନରେ ଗୀତ ଗାଇ ରାତାରାତି ଚର୍ଚ୍ଚିତ ହୋଇଥିବା ମହିଳାଙ୍କୁ ମିଳିଲା ରିୟଲିଟୀ ଶୋ’ର ଅଫର୍‌

ଭାଗ୍ୟ ଏମିତି ବି ପରିବର୍ତ୍ତନ ହୁଏ। ଭାଗ୍ୟ କେତେବେଳେ ଯେ କାହାକୁ କେଉଁଠି ଆଣି ଛିଡା କରାଇଦିଏ ତାହା କେହି କହିପାରିବେ ନାହିଁ। ସେମିତି ଜଣେ ଭିକାରୀ ରାତାରାତି ବନିଯାଇଛନ୍ତି ସେଲିବ୍ରିଟୀ। ଗତ କିଛି ଦିନ ହେବ ପଶ୍ଚିମବଙ୍ଗର ରାଣାଘାଟ ରେଲେଓ୍ଵ ଷ୍ଟେସନରେ ଗୀତ ଗାଉଥିବା ଜଣେ ମହିଳା ଭିକାରୀଙ୍କ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓ ସୋସିଆଲ ମିଡଆରେ ବହୁତ ଭାଇରାଲ ହୋଇଥିଲା।

ଲୋକମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରିଛନ୍ତି। ଏବେ ସେହି ମହିଳାଙ୍କୁ ମୁମ୍ବାଇର ଏକ ରିୟଲିଟୀ ଶୋରେ ଗୀତ ଗାଇବା ପାଇଁ ଅଫର ମିଳିଛି। ମହିଳାଙ୍କ ନାମ ରାନୁ ମଣ୍ଡଳ। ରାନୁଙ୍କର ମୁମ୍ବାଇରେ ହେବାକୁ ଥିବା ଖର୍ଚ୍ଚ ବହନ କରିବେ ବୋଲି
ଇଭେଣ୍ଟ ଜଣାଇଛି।

ranuସୂଚନା ଅନୁଯାୟୀ ରାତାରାତି ସେଲିବ୍ରିଟୀ ହୋଇଥିବା ରାନୁଙ୍କ ବିବାହ ମୁମ୍ବାଇର ବାବୁଲ ମଣ୍ଡଳଙ୍କ ସହିତ ହୋଇଥିଲା। କିନ୍ତୁ କିଛି ସମୟ ପରେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଗଲା ପରେ ସେ କୋଲକାତା ଫେରି ଆସିଥିଲେ।

ଭାଇରାଲ ଭିଡିଓର କମାଲ

ଗତ କିଛି ଦିନ ହେବ ମହିଳା ଜଣଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ତାଙ୍କ ଭିଡିଓ ଜଣେ ବ୍ୟକ୍ତି ବନାଇ ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିଲେ। ରାନୁଙ୍କ କହିବାନୁଯାୟୀ ସେ ପେଟ ପୋଶିବା ପାଇଁ ଷ୍ଟେସନରେ ଗୀତ ଗାଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.