‘ଓ୍ଵାନ ନେସନ-ଓ୍ଵାନ ରାଶନ କାର୍ଡ’ ପାଇଲଟ ପ୍ରୋଜେକ୍ଟ ୪ଟି ରାଜ୍ୟରେ ଆରମ୍ଭ, ଖୁବଶୀଘ୍ର ସମଗ୍ର ଦେଶରେ ହେବ ଲାଗୁ

ସରକାରଙ୍କ ‘ଓ୍ଵାନ ନେସନ-ଓ୍ଵାନ ରାଶନକାର୍ଡ’ ଯୋଜନା ୪ଟି ରାଜ୍ୟରେ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ରରେ କାର୍ଡ ପୋଟାବିଲିଟର ସୁବିଧାର ଅନଲାଇନରେ ଶୁଭ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଖାଦ୍ୟ ଏବଂ ବିତରଣ ମନ୍ତ୍ରୀ ରାମବିଳାଶ ପାଶଓ୍ଵାନ। ଏହି ପ୍ରୋଜେକ୍ଟ ସଫଳ ହେବା ପରେ ଯୋଜନାକୁ ସମଗ୍ର ଦେଶରେ ଲାଗୁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏପରି ହେବା ଦ୍ୱାରା କେବଳ ଭ୍ରଷ୍ଟାଚାର ନୁହେଁ ବରଂ ରୋଜଗାର ପାଇଁ ଦୂରକୁ ଯାଉଥିବା ଗରିବ ଶ୍ରମିକଙ୍କୁ ତାଙ୍କ ପ୍ରାପ୍ୟରୁ ବଞ୍ଚିତ ହେବାକୁ ପଡିବ ନାହିଁ ବୋଲି ସରକାର କହିଛନ୍ତି। ପ୍ରବାସୀ ଶ୍ରମିକମାନଙ୍କୁ ଏହାର ଲାଭ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ପାଶଓ୍ଵାନ କହିଛନ୍ତି। ଏହାଦ୍ୱାରା ହିତାଧିକାରୀଙ୍କୁ ଅନେକ ପ୍ରକାର ଲାଭ ମିଳିବ। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଖାଦ୍ୟ ମନ୍ତ୍ରଣାଳୟ ସମସ୍ତ କାର୍ଡକୁ ନେଇ ଏକ ଡାଟା ବେସ ତିଆରି କରିବ, ଯାହା ନକଲି କାର୍ଡକୁ ହଟାଇବାରେ ସହାୟକ ହେବ।

ଏହାସହ ପଢନ୍ତୁ ; କୈଳାଶ ମାନସରୋବର ଯାତ୍ରା ପାଇଁ ୩୦ ଶ୍ରଦ୍ଧାଳୁଙ୍କୁ ଚୀନ ଦେଲା ଭିସା, ପୂର୍ବରୁ ଲଗାଇଥିଲା ରୋକ୍‌

 

online inauguration

ଖାଦ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ଆଇଏମ୍‌ପିଡିଏସ(ଇଣ୍ଟିଗ୍ରେଟେଡ ମ୍ୟାନେଜମେଣ୍ଟ ଅଫ ପିଡିଏସ୍‌) ଯୋଜନା ଆନ୍ଧ୍ରପ୍ରଦେଶ,ଗୁଜରାଟ, ହରିଆନା, ଝାରଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତେଲେଙ୍ଗାନା ଏବଂ ତ୍ରିପୁରାରେ ପ୍ରଥମେ ଲାଗୁ ହେବ। ଯେଉଁଠାରେ ଯେକୌଣସି ହିତାଧିକାରୀ ନିଜର ରାଶନ କୌଣସି ଜିଲ୍ଲାରୁ ମଧ୍ୟ ପ୍ରାପ୍ତ କରିପାରିବ। ଗରିବମାନଙ୍କ ହିତ ଯୋଗୁଁ ଏହା ଖୁବଶୀଘ୍ର ସବୁ ରାଜ୍ୟରେ ଲାଗୁ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.