ଧାରା ୩୭୦ର ଉଚ୍ଛେଦ ପରେ ସମୁଦ୍ର ତଟରୁ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କା, ସତର୍କ କଲା ଭାରତୀୟ ନୌସେନା

ସମୁଦ୍ରରେ ପାକିସ୍ତାନ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା। ଏନେଇ ସତର୍କ କଲା ଭାରତୀୟ ନୌସେନା। ଜମ୍ମୁ କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଓ ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତାକୁ ଲକ୍ଷ୍ୟ କରି ଏଭଳି ସତର୍କ ସୂଚନା ଜାରି କରାଯାଇଛି। ଭାରତର ପୂର୍ବ ଓ ପଶ୍ଚିମ ସମୁଦ୍ରତଟରେ ୭୫୧୪ କିମି ତଟରେ ସୁରକ୍ଷାକୁ କଡ଼ାକଡ଼ି କରାଯିବା ସହ ସମସ୍ତ ଜାହାଜ ଓ ଡଙ୍ଗାମାନଙ୍କର ଗତିବିଧି ଉପରେ ସତର୍କ ନଜର ରଖାଯାଇଛି। ସମୁଦ୍ରରେ ରାଡାର ମାଧ୍ୟମରେ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଜୈଶ ଏ ମହମ୍ମଦ ମୁଖ୍ୟ ମାସୁଦ ଆଝାରର ଭାଇ ରୈଫ ଆଜ୍‌ଘାର ଭାଇର ଆତଙ୍କବାଦୀ ଗତିବିଧି ବୃଦ୍ଧି ପାଇଥିବା ଭାରତୀୟ ଗୁଇନ୍ଦା ସୂଚନା ଦେଇଛି। ପିଏକରେ ରୈଫ୍‌ ଆଜ୍‌ଘାର ପ୍ରବେଶ କରିବା ସହ ପଞ୍ଜାବ ସୀମାନ୍ତରେ କେତେକ ଯୁବକଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରିଥିବା ସୂଚନା ମିଳିଛି। ଏହାସହ ଜମ୍ମୁ କଶ୍ମୀର ବାହାରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସତର୍କ କରିଛି। ପୂର୍ବରୁ ୨୬ ନଭେମ୍ବର ୨୦୦୮ ମସିହାରେ ଜଳପଥରେ ଆସି ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୨୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.