Below header

ରାହୁଲ ଗାନ୍ଧିଙ୍କ ନିକଟତମ ସହଯୋଗୀ କରୁଛନ୍ତି ମୋଦି ସରକାରଙ୍କୁ ସମର୍ଥନ, ଜାଣନ୍ତୁ କିଏ

କେନ୍ଦ୍ର ସରକାରଙ୍କ ପ୍ରସ୍ତାବ କ୍ରମେ ପ୍ରଥମେ ରାଜ୍ୟସଭା ଓ ପରେ ଲୋକସଭାରେ ଧାରା ୩୭୦ ବିଲ୍‌ ପାସ୍‌ ହୋଇଥିଲା। ପରେ ଏଥିରେ ରାଷ୍ଟ୍ରପତି ମୋହର ମାରିଥିଲେ। ତେବେ ଏହି ପ୍ରସଙ୍ଗକୁ କଂଗ୍ରେସ ବିରୋଧ କରି ଆସୁଥବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟତମ ସହଯୋଗୀମାନେ ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଯୁବ ନେତା ତଥା ରାହୁଲଙ୍କ ଅତି ନିକଟତମ ଭାବେ ପରିଚିତ ଜୋତିରାଦିତ୍ୟ ସିନ୍ଧିଆ ଟ୍ବିଟ୍ କରି ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପଦକ୍ଷେପକୁ ସମର୍ଥନ କରିଛନ୍ତି । ସେହିଭଳି ଜମ୍ମୁ-କାଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି ।
ସେହିଭଳି ମିଲିନ୍ଦ ଦେଓରା କହିଛନ୍ତି କି ଜମ୍ମୁ କଶ୍ମୀରରେ ଶନ୍ତି ପ୍ରତିଷ୍ଠା ଏବଂ ବିକାଶ ପାଇଁ ମୋଦି ସରକାରଙ୍କ ଏହି ନିଷ୍ପତ୍ତି ବିମୁଦ୍ରିକରଣ ଠାରୁ ଆହୁରି ଅଧିକ ଭଲ ପଦକ୍ଷେପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.