ଦ୍ୱିଶତକ କରି ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍

ଶୁବମନ ଗିଲ୍ ଦେଶର ସର୍ବକନିଷ୍ଠ କ୍ରିକେଟର ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ୱିଶତକ ଲଗାଇଛନ୍ତି। ଅଧିନାୟକ ହନୁମା ବିହାରୀଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ ଏ’ ବିପକ୍ଷରେ ଏଠାରେ ଚାଲିଥିବା ତୃତୀୟ ଅନ୍ଅଫିସିଆଲ ଟେଷ୍ଟ ମ୍ୟାଚରେ ଭାରତ ଏ ଦୃଢ଼ ସ୍ଥିତିରେ ପହଞ୍ଚନ୍ତି। ୧୯ ର୍ବଷୀୟ ଗିଲ୍ ଭାରତୀୟ କ୍ରିକେଟର ଉଦୀୟମାନ ଷ୍ଟାର। ସେ ୨୫୦ ବଲର ସମ୍ମୁଖୀନ ହୋଇ ୨୦୪ ରନ୍ କରିଛନ୍ତି। ଏଥିସହିତ ଗିଲ୍ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀରଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ୨୦୦୨ରେ ୨୦ ବର୍ଷୀୟ ଗମ୍ଭୀର ଭାରତ ବୋର୍ଡ ଏକାଦଶ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୨୧୮ ରନରେ ଇନିଂସ ଖେଳିଥିଲେ ।
ଭାରତ ଏ’ ଦଳ ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୨୩/୨ରୁ ବ୍ୟାଟିଂ ଆରମ୍ଭକରି ୫୦ ରନ୍ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ସ୍ଥିତିରେ ଗିଲ୍ ଓ ଅଧିନାୟକ ବିହାରୀ ୫ମ ୱିକେଟ ପାଇଁ ୩୧୫ ରନରେ ଭାଗୀଦାରି କରିଥିଲେ। ଫଳରେ ଭାରତ ଏ ୪ ୱିକେଟରେ ୩୬୫ ରନ୍ କରିଥିବାବଳେେ ଇନିଂସ ଘୋଷଣା କରିଛି। ଗିଲ୍ ୨୦୪ ଓ ବିହାରୀ ୧୧୮ ରନ୍ କରି ଅପରାଜିତ ଥିଲେ। ଏହାପରେ ୩୭୩ ରନରେ ବିଜୟଲକ୍ଷ୍ୟ ପିଛା କରୁଥିବା ଘରୋଇ ଦଳ ବିନା କ୍ଷତିରେ ୩୭ ରନ୍ କରିଛି। ଅନ୍ତିମ ଦିନରେ ୱେଷ୍ଟଇଣ୍ଡିଜ ଏ ଦଳକୁ ବିଜୟୀ ଲାଗି ୧୦ ୱିକେଟରେ ୩୩୬ ରନ୍ ଦରକାର। ପୂର୍ବରୁ ପ୍ରଥମ ଇନିଂସରେ ଭାରତ ଏ’ ୨୦୧ କରିଥିବା  ୱେଷ୍ଟଇଣ୍ଡିଜ ୧୯୪ ରନ୍ କରିଥିଲା। ପ୍ରଥମ ଇନିଂସରେ କ୍ରିଷ୍ଣପା ଗୌତମ ହ୍ୟାଟ୍ରିକ ୱିକେଟ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.