ରାସ୍ତାକଡ ପୋଲରୁ ମିଳିଲା ୧୯ଟି ଶବ , ବ୍ୟାନରରେ ଲେଖାଥିଲା “ଦେଶଭକ୍ତ ବନନ୍ତୁ ଭାଏଗ୍ରାକୁ ତ୍ୟାଗ କରନ୍ତୁ”

ମେକ୍ସିକୋ ପୋଲିସ ସହରର ଏକ ବ୍ରିଜରୁ ଝୁଲୁଥିବା ଅବସ୍ଥାରେ ୯ଟି ଶବ ଏବଂ ରାସ୍ତା କଡ଼ରୁ କ୍ଷତବିକ୍ଷତ ଅବସ୍ଥାରେ ୭ଟି ଶବ ଉଦ୍ଧାର କରିଛି । ଏହାସହିତ ରାସ୍ତାର କିଛି ଦୂରରୁ ମଧ୍ୟ ୩ଟି ମୃତଦେହ ଉଦ୍ଧାର କରିଛି ସମୁଦାୟ ୧୯ଟି ଶବ ପୋଲିସ ଜବତ କରିଛି । ପୋଲରେ ଝୁଲୁଥିବା ଶବ ଗୁଡିକ ନିକଟରୁ ଏକ ବ୍ୟାନର ଜବତ କରାଯାଇଛି ଯେଉଁଥିରେ ଡ୍ରଗସ ମାଫିଆ ମାନେ ନିଜର ପ୍ରତିଦ୍ୱନ୍ଦୀ ମାନଙ୍କୁ ଧମକ ଦେଇଛନ୍ତି ।

ପଶ୍ଚିମରାଜ୍ୟ ମିଚୋଆକାନର ଓକିଲ ଲୋକମାନଙ୍କ ମରିଯିବାର ସୂଚନା ଦେଇଛନ୍ତି । ଏଭଳି ନିର୍ମମ ହତ୍ୟାକାଣ୍ଡ ଡ୍ରଗ୍ସ ମାଫିଆ ଗ୍ୟାଙ୍ଗ ଘଟାଇଥିବା ଅନୁମାନ କରାଯାଉଛି ଯେଉଁମାନେକି ମେକ୍ସିକୋ ସହରରେ ୨୦୦୬-୨୦୧୨ ମସିହା ମଧ୍ୟରେ ନିଜର ଚରମ ସୀମାରେ ଥିଲେ । ସେହି ସମୟରୁ ପ୍ରଶାସନ ଏବଂ ନିଜର ପ୍ରତିଦ୍ୱନ୍ଦୀ ମାନଙ୍କୁ ସନ୍ଦେଶ ଦେବାପାଇଁ ଲୋକମାନଙ୍କୁ ହତ୍ୟା କରି ରାସ୍ତା କଡରେ ଏପରି ଫୋପାଡ଼ି ଦିଆଯାଇଥାଏ ।

ଏହାସହ ପଢନ୍ତୁ ନୀଳ ସମୁଦ୍ର ପାଲଟେ ଲାଲ ରଙ୍ଗରେ ନୁହେଁ ରକ୍ତରେ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ମିଚୋଆକାନର ଆଟର୍ଣ୍ଣି ଜେନେରାଲ ଆଡ୍ରିଆନ ଲୋପେଜ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ପୋଲରୁ ଉଦ୍ଧାର କରାଯାଇଥିବା ଶବ ମଧ୍ୟରୁ ଦୁଇଟି ଅର୍ଦ୍ଧନଗ୍ନ ଅବସ୍ଥାରେ ଥିଲା ଏବଂ ସେମାନଙ୍କ ଗଳାରେ ଫାଶୀ ଲଗାଯାଇଥିଲା । ଏହାସହିତ ଏକ କ୍ଷତବିକ୍ଷତ ମହିଳାଙ୍କ ଶବ ଉଦ୍ଧାର କରାଯାଇଥିଲା ଯାହାଙ୍କୁ ଗୁଳି ମରାଯାଇଥିଲା ଏବଂ କିଛି ଶବଗୁଡିକର ହାତ ବନ୍ଧାଯାଇଥିଲା ।

ଶବଗୁଡିକ ପାଖରୁ ଜବତ କରାଯାଇଥିବା ବ୍ୟାନରରୁ କିଛି ସ୍ପଷ୍ଟ ହୋଇନାହିଁ କିନ୍ତୁ ଏହା କୁଖ୍ୟାତ ଗ୍ୟାଙ୍ଗ ଜଲିସ୍କୋର ବୋଲି ଅନୁମାନ କରାଯାଉଛି । ଏହି ବ୍ୟାନରରେ ଲେଖାଥିଲା “ଦେଶଭକ୍ତ ବନନ୍ତୁ ଭାଏଗ୍ରାକୁ ତ୍ୟାଗ କରନ୍ତୁ” ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.