Below header

ଲାଲ ରଙ୍ଗର ଲେହେଙ୍ଗା ପିନ୍ଧି ଡ୍ଯାନ୍ସ କଲେ ମଲାଇକା, ଫ୍ଯାନଙ୍କୁ ଏମିତିଦେଲେ ଦୀପାବଳିର ଶୁଭକାମନା

ମଲାଇକା ଅରୋରା ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ପ୍ରଶଂସକଙ୍କ ସହ ନିଜ ଭିଡିଓ ସେୟାର କରନ୍ତି। ଏବେ ମଲାଇକା ନିଜର ଏକ ନୂଆ ଭିଡିଓ ପୋଷ୍ଟ୍ କରିଛନ୍ତି ଯାହା ଏବେ ଭାଇରଲ ହେବାରେ ଲାଗିଛି। ଏଥିରେ ସେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ପ୍ରଶଂସକଙ୍କୁ ତାଙ୍କର ଅନ୍ଦାଜ ଖୁବ୍ ପସନ୍ଦ ଆସୁଛି।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରି ମଲାଇକା ପ୍ରଶଂସକଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି ଯେ, ‘ଧନତେରାସ ଏବଂ ଦୀପାବଳିର ଏହି ଶୁଭ ଅବସରରେ କାମନା କରୁଛନ୍ତି ଯେ ଆପଣ ସମସ୍ତଙ୍କ ଘରେ ଲକ୍ଷ୍ମୀଙ୍କ ବାସ ହେଉ ଏବଂ କରୋନାର ନାଶ ହେଉ।’ ଏହି ପୋଷ୍ଟରେ ଫରାହ ଖାନ୍ କମେଣ୍ଟ କରି ଲେଖିଛନ୍ତି ଯେ ତାଙ୍କ ଘୂରୁଥିବା ଆଇନା। ଏହା ବ୍ୟତୀତ ଅନ୍ୟ ସେଲିବ୍ରିଟି ଏବଂ ପ୍ରଶଂସକ କମେଣ୍ଟ୍ କରି ଏହି ଭିଡିଓରେ ନିଜ ପ୍ରତିକ୍ରିୟା ଦେଉଛନ୍ତି। ମଲାଇକାଙ୍କ ଏହି ଭିଡିଓକୁ ସାଢ଼େ ୩ଲକ୍ଷରୁ ଅଧିକ ଥର ଦେଖା ଯାଇ ସାରିଛି।

 

View this post on Instagram

 

A post shared by Malaika Arora (@malaikaaroraofficial)

ସୂଚନାଯୋଗ୍ଯ, ଏଥର ମଲାଇକା ତାଙ୍କ ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କ ସହ ଧର୍ମଶାଳାରେ ଦୀପାବଳି ସେଲିବ୍ରେଟ୍ କରିବେ। ସେମାନଙ୍କୁ ଶୁକ୍ରବାର ସକାଳେ ମୁମ୍ବାଇର କଲିନା ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା।ଅର୍ଜୁନ ଏବେ ଧର୍ମଶାଳାରେ ଫିଲ୍ମ ଭୂତ ପୋଲିସର ସୁଟିଂ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.