Below header

ଦୀପାବଳି ପାଇଁ ୧୦ କ୍ୱିଣ୍ଟାଲ ଫୁଲ ଓ ଲାଇଟରେ ସଜେଇ ହୋଇଛି କେଦାରନାଥ ଧାମ, ଦେଖନ୍ତୁ ଫଟୋ

ଆଲୋକର ପର୍ବ ଦୀପାବଳି ପାଇଁ ଗାଁ ଠୁ ଆରମ୍ଭ କରି ସହର ଯାଏଁ ସବୁକିଛି ସଜେଇ ହୋଇଛି। ମନ୍ଦିରଗୁଡ଼ିକୁ ମଧ୍ୟ ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜାଯାଇଛି। ଦୀପାବଳି ଅବସରରେ କେଦାରନାଥ ମନ୍ଦିରକୁ ମଧ୍ୟ ଫୁଲ ଓ ଲାଇଟରେ ସଜାଯାଇଛି। କେଦାରନାଥ ମନ୍ଦିରକୁ ୧୦ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି। ମଲ୍ଟି କଲର ଲାଇଟ କେଦାରନାଥ ଧାମର ଶୋଭା ଆହୁରି ବଢ଼ାଇ ଦେଉଛି।

ଦେଖନ୍ତୁ କେଦାରନାଥର ଦୃଶ୍ୟ:

दिवाली मनाने केदारनाथ धाम पहुंचे हजारों भक्त, मंदिर को खूबसूरती से सजाया  गया | Thousands of devotees reached Kedarnath Dham to celebrate Diwali, the  temple is beautifully decorated

kedarnath2

ଦୀପାବଳି ପରେ ମନ୍ଦିରର କପାଟ ବନ୍ଦ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ଏନେଇ ମନ୍ଦିର ବୋର୍ଡ ମୁଖ୍ୟ କହିଛନ୍ତି ଦୀପାବଳି ଓ କପାଟ ବନ୍ଦ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ମନ୍ଦିରକୁ ସୁସଜ୍ଜିତ କରାଯାଇଛି। ବଡ଼ ଦୀପାବଳି ବା ଲକ୍ଷ୍ମୀ ପୂଜନରେ ଧାମରେ ଆରାଧ୍ୟ ଦେବୀଙ୍କର ବିଶେଷ ପୂଜା କରାଯିବ।

kedarnath

 

କେଦାରନାଥ ମନ୍ଦିରରେ ଶୁକ୍ରବାର ୯୬୮ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି। ଗତ ଏକ ସପ୍ତାହ ଧରି ପ୍ରତିଦିନ ଯାତ୍ରୀଙ୍କ ସଂଖ୍ୟା କମୁଥିବାରୁ ଏବେ ଯାଏଁ ୭ ହେଲି କମ୍ପାନୀ ଫେରିଗଲେଣି। ମନ୍ଦିର ପ୍ରଶାସନର ସୂଚନା ଅନୁସାରେ ଶ୍ରଦ୍ଧାଳୁମାନେ ୧୬ ନଭେମ୍ବର ସକାଳ ୫.୩୦ ପର୍ଯ୍ୟନ୍ତ ଦର୍ଶନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.