କରୋନା ଟିକା : ଭାରତୀୟ ଫାର୍ମା କମ୍ପାନିଙ୍କୁ ଟାର୍ଗେଟ କଲେ ରଷିଆ ଓ ନର୍ଥ କୋରିଆ ହ୍ୟାକ୍‌ରସ୍‌, ଚୋରି ହୋଇପାରେ କରୋନା ଟିକା ଡାଟା

ନୁଅଦିଲ୍ଲୀ : କରୋନା ଟିକା ପାଇଁ ସାରା ବିଶ୍ୱରେ ପ୍ରଚେଷ୍ଟା ଜାରି ରହିଥିବା ବେଳେ କିଛି ଦେଶ ଟିକା ପ୍ରସ୍ତୁତି ନେଇ ସଫଳତା ପାଇଥିବା ପ୍ରକାଶ କରିଛନ୍ତି । ଭାରତ ଖୁବ୍‌ ଶୀଘ୍ର ବଜାରରେ ଟିକା ଉପଲବ୍ଧ କରାଇବ ବୋଲି ପ୍ରକାଶ କରିଛି । ତେବେ ଏହି ସମୟରେ ଏକ ଚିନ୍ତାଜନକ ଖବର ଆସିଛି ସାମ୍ନାକୁ ।

vaccine

ଭାରତୀୟ ଫାର୍ମା କମ୍ପାନିକୁ ଟାର୍ଗେଟ କରିଛନ୍ତି ଋଷ ଓ ଉତ୍ତର କୋରିଆର ହ୍ୟାକରମାନେ । ସେମାନେ ଭାରତୀୟ ଫାର୍ମା କମ୍ପାନିରୁ କରୋନା ଟିକା ପ୍ରସ୍ତୁତି ଡାଟା ଚୋରି କରିପାରନ୍ତି । କିଛି ମାସ ତଳେ ଭାରତୀୟ ଫାର୍ମା କମ୍ପାନିକୁ ଟାର୍ଗେଟ କରି ବିଫଳ ହୋଇଛନ୍ତି ହ୍ୟାକରମାନେ । ଏମିତି ସୂଚନା ଦେଇଛି ମାଇକ୍ରୋସପ୍ଟ । ଏହା ସୂଚିତ କରିଛି ଯେ ଏହି ସମସ୍ତ ହ୍ୟାକର କୋଭିଡ୍ ୧୯ ଟିକା ପ୍ରସ୍ତୁତ କରୁଥିବା କମ୍ପାନିଗୁଡ଼ିକୁ ଟାର୍ଗେଟ କରୁଛନ୍ତି । ଏହି ହ୍ୟାକରମାନେ କେତକ କମ୍ପାନିକୁ ଟାର୍ଗେଟ କରି ସଫଳ ହୋଇଛନ୍ତି ବୋଲି ମଧ୍ୟ ମାଇକ୍ରୋସପ୍ଟ କହିଛି ।

ସୂଚନା ଅନୁସାରେ, ଭାରତୀୟ ଫାର୍ମା କମ୍ପାନିର ତଥ୍ୟ ଚୋରି ଲାଗି ଋଷର ଫ୍ୟାନ୍ସି ବିୟର, ଉତ୍ତର କୋରିଆର ଲାଜାରସ ଏବଂ ସେରିୟମ୍ ଭଳି ହ୍ୟାକରସ୍‌ ସଂଗଠନ ଚୋରି ଲାଗି ଉଦ୍ୟମ କରୁଛନ୍ତି ବୋଲି ଜଣାପଡ଼ିଛି । ଏମାନଙ୍କ ନଜରରେ ରହିଛି କାନାଡା, ଫ୍ରାନ୍ସ, ଭାରତ, ଦକ୍ଷିଣ କୋରିଆ ଏବଂ ଆମେରିକାର ୭ଟି ପ୍ରମୁଖ ଔଷଧ ପ୍ରସ୍ତୁତ କରୁଥିବା କମ୍ପାନି ।

ଗତ ଜୁଲାଇ ମାସରେ ଏହିପରି ଅଭିଯୋଗ ଆଣିଥିଲା ଆମେରିକା । ଆମେରିକା ଅଭିଯୋଗ ଅନୁସାରେ ଚୀନର ହ୍ୟାକରମାନେ ଟିକା ପ୍ରସ୍ତୁତକାରୀ କମ୍ପାନିଗୁଡିକୁ ନଜରରେ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.