Below header

ଅର୍ଜୁନଙ୍କ ସହ ସମ୍ପର୍କକୁ ନେଇ ଏକ ବଡ଼ ରାଜ ଖୋଲିଲେ ମଲାଇକା !

ବି ଟାଉନର ଫେମସ ଯୋଡି ମଲାଇକା ଅରୋରା ଖାଁ ଓ ଅର୍ଜୁନ କପୁରଙ୍କୁ ଅଧିକାଂଶ ସମୟରେ ବିଭିନ୍ନ ସ୍ଥାନରେ ଏକାଠି ଦେଖା ଯାଇଛି । ଦୁହିଁଙ୍କ ମଧ୍ୟର ସମ୍ପର୍କ ବାବଦରେ କାହାକୁ ଅଛପା ନାହିଁ । ଦୁହିଁଙ୍କୁ ଏକା ସାଥିରେ ଅନେକ ଥର ଦେଖାଯାଇଥିବା ବେଳେ ସେମାନେ ନିଜ ସମ୍ପର୍କ ବାବଦରେ ଖୁଲାସା କରି ନଥିଲେ । କିନ୍ତୁ ଏହି ନିକଟରେ ମଲାଇକା ନିଜ ସମ୍ପର୍କକୁ ନେଇ ଏକ ଗୁଢ ରହସ୍ୟର ଖୁଲାସା କରିଛନ୍ତି । ନିଜ କ୍ଵାରେଣ୍ଟାଇନ ସମୟର ଏକ ରାଜର ଖୁଲାସା କରିଛନ୍ତି ମଲାଇକା। କରୋନା କାରଣରୁ ଜାରି ହୋଇଥିବା ଲକଡାଉନ ସମୟରେ ଅଧିକାଂଶ ସେଲିବ୍ରିଟି ନିଜ ନିଜ ପରିବାର ସହ ସମୟ କାଟିଥିବା ବେଳେ ଏହି ଯୋଡ଼ିଙ୍କ କ୍ଷେତ୍ରରେ କିନ୍ତୁ କିଛିଟା ଭିନ୍ନତା ଦେଖାଦେଇଥିଲା ।

malaika khan

କିଛି ଦିନ ପୂର୍ବରୁ ଏକ ଇଣ୍ଟରଭିୟୁରେ ଯେବେ ମଲାଇକାଙ୍କୁ ପଚରା ଯାଇଥିଲା ଯଦି ତାଙ୍କୁ କେବେ କ୍ଵାରେଣ୍ଟୀନରେ ରଖାଯାଏ, ତେବେ ସେ କେଉଁ ଅଭିନେତାଙ୍କ ସହ ରହିବାକୁ ପସନ୍ଦ କରିବେ । ଏହାର ଜବାବରେ ବଲିଉଡ ଆକ୍ଟ୍ରେସ ଜଣଙ୍କ କହିଛନ୍ତି କି, “ସେ ପୂର୍ବରୁ ହିଁ ସେ ଜଣେ ଅଭିନେତାଙ୍କ ସହ କ୍ଵାରେଣ୍ଟାଇନରେ ରହି ସାରିଛନ୍ତି । ଆଉ ସେ ଜଣେ ଚମତ୍କାର ଏଣ୍ଟରଟେନିଙ୍ଗ ଆକ୍ଟର । ତାଙ୍କ ସହ ବିତେଇ ଥିବା କୌଣସି ମୁହୂର୍ତ୍ତ ଖରାପରେ ଯାଇନାହିଁ । ଆଉ ସେ ସବୁ ବେଳେ ମୋର ମଜାକ କରୁଥିଲେ ବି ମୁଁ କେବେ ବି ତାଙ୍କ କଥା ଧରି ନାହିଁ । ବରଂ ତାଙ୍କ କଥାଗୁଡିକ ମୋତେ ଅଧିକରୁ ଅଧିକ ଆନନ୍ଦ ଦେଇଛି ।”

ମଲାଇକାଙ୍କ ଏହି କଥାରୁ ସ୍ପଷ୍ଟ ହେଉଛିଯେ, ଦୁହେଁ କରୋନା ସମୟରେ ଏକାଠି ସମୟ କାଟିଛନ୍ତି । କହିରଖିବା ଉଚିତ ହେବକି, ଉଭୟ ଅର୍ଜୁନ ଓ ମଲାଇକା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପ୍ରଥମେ ଅର୍ଜୁନଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ପରେ ମଲାଇକା ବି ଏହି ତାଲିକାରେ ସାମିଲ ହୋଇଥିଲେ । ଆଉ ନବାବ ସୈଫ ଅଲ୍ଲୀ ଖାନ ଓ କରିନା ଙ୍କ ସହିତ ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ଦୁହିଁଙ୍କୁ ଦେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.