ପ୍ରେମ ନା ପାଗଳାମୀ, ହ୍ରିତିକଙ୍କ ଫ୍ୟାନ୍‌ ବୋଲି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସବୁ ସମ୍ପର୍କରେ ଉତ୍ତମ ବୁଝାମଣା ରହିବା ନିହାତି ଆବଶ୍ୟକ। ଖାସ୍‌ କରି ସ୍ୱାମୀ ସ୍ତ୍ରୀ ପରସ୍ପରକୁ ବୁଝିବା ଅଧିକ ଜରୁରୀ। ନଚେତ୍‌ ଜୀବନ ରୂପକ ଡଙ୍ଗା ଠିକ୍‌ ଭାବେ ସମୟର ସୁଅରେ ଆଗକୁ ଯାଇପାରିବ ନାହିଁ। ଯେଉଁ ସମ୍ପର୍କରେ ପରସ୍ପର ପ୍ରତି ସମ୍ମାନ ନଥାଏ, ତାହା ଅଧିକ ଦିନ ଯାଏଁ ତିଷ୍ଠିପାରିନଥାଏ। ନିକଟରେ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ।

ହ୍ରିତିକ୍‌ ରୋଶନ୍‌ଙ୍କ ଫ୍ୟାନ୍‌ ହୋଇଥିବାରୁ ଜଣେ ମହିଳାଙ୍କୁ ନିଜ ଜୀବନ ହରାଇବାକୁ ପଡ଼ିଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ପତ୍ନୀ ହ୍ରିତିକ୍‌ ରୋଶନଙ୍କ ଫ୍ୟାନ୍‌ ଥିଲେ, ଯାହା ସ୍ୱାମୀଙ୍କୁ ପସନ୍ଦ ଆସିନଥିଲା। ୩୩ ବର୍ଷୀୟ ଦିନେଶ୍ୱର ବୁଦ୍ଧିଦାନ କେବଳ ଏହି କାରଣରୁ ନିଜ ୨୭ ବର୍ଷୀୟା ପତ୍ନୀ ଡୋନି ଡୋଜୟଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ଏହାସହ ପଢ଼ନ୍ତୁ: ଲାଲ୍‌ ସିଂ ଚଢ଼ା ଫିଲ୍ମ ସେଟ୍‌ରୁ ଅମୀର ଖାନ୍‌ ଓ କରୀନାଙ୍କ ଲୁକ୍‌ ଲିକ୍‌, ଦେଖନ୍ତୁ କେମିତି ଦିଶୁଛନ୍ତି ଏହି ଷ୍ଟାର

ଦିନେଶ୍ୱର ସବୁବେଳେ ଡୋନିଙ୍କୁ ବାଡ଼ିଆପିଟା କରିବା ସହ ନିଜ ହାତମୁଠାରେ ରଖିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ମଧ୍ୟ ପଡ଼ିଥିଲା। ତେବେ ପତ୍ନୀଙ୍କୁ ହତ୍ୟା କରିବାର ଦୁଇ ଦିନ ପୂର୍ବରୁ ହିଁ ଦିନେଶ୍ୱର ଜେଲ୍‌ରୁ ମୁକୁଳିଥିଲେ। ଏ ଘଟଣା ସମ୍ପର୍କରେ ଡୋନିଙ୍କ ସାଙ୍ଗ କହିଛନ୍ତି ଯେ ଡୋନି ଯେତେବେଳେ ବି ହ୍ରିତିକ୍‌ଙ୍କ ଗୀତ ଶୁଣନ୍ତି ବା ଫିଲ୍ମ ଦେଖନ୍ତି ତାଙ୍କ ସ୍ୱାମୀ ତାହା ସହ୍ୟ କରିପାରନ୍ତି ନାହିଁ ଓ ବାଡ଼ିଆପିଟା କରନ୍ତି। କାରଣ ହ୍ରିତିକ୍‌ଙ୍କୁ ସେ ଈର୍ଷା କରନ୍ତି ବୋଲି ବନ୍ଧୁଜଣକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.