Below header

ରାତାରାତି ବଦଳିଗଲା ଭାଗ୍ୟ, ଅଚାନକ ପେଣ୍ଟରରୁ ହୋଇଗଲେ କୋଟିପତି, ଜାଣନ୍ତୁ ସମ୍ପୂର୍ଣ ଘଟଣା

ସାଧାରଣତଃ ବଡ଼ଲୋକ ହେବାର ସ୍ୱପ୍ନ ସମସ୍ତଙ୍କୁ ଆସିଥାଏ କିନ୍ତୁ ଏହି ସ୍ୱପ୍ନ ଯଦି ପ୍ରକୃତରେ ସତ ହୋଇଯାଏ ତାହେଲେ ? କାରଣ ଏଠି ସବୁ ଭାଗ୍ୟ ଉପରେ ନିର୍ଭର କରିଥାଏ । ବର୍ତ୍ତମାନ ଆପଣ ଭାବୁଥିବେ ଯେ ଭାଗ୍ୟ କଣ ଏହା ଖାଲି କହିବା କଥା କିନ୍ତୁ ହିମାଚଳପ୍ରଦେଶରେ ଏକ ଏପରି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଭାଗ୍ୟ ଉପରେ ବିଶ୍ୱାସ କରିବା ଆରମ୍ଭ କରିଦେବେ ।

पेंटर अचानक बना करोड़पति, बस स्टैंड से खरीदी लॉटरी टिकट, जीतते ही बोला- 'दुख भरे दिन बीत गए अब...'

ସୂଚନା ଅନୁଯାୟୀ ହିମାଚଳପ୍ରଦେଶ ଉନା ଜିଲ୍ଲାର ସଂଜୀବ କୁମାର ନାମକ ଜଣେ ପେଣ୍ଟରଙ୍କ ଜୀବନରେ ପଂଜାବର ଲଟେରୀ ଓ ପଞ୍ଜାବ ରାଜ୍ୟର ମା ଲକ୍ଷ୍ମୀ ଦିୱାଲୀ ପୂଜା ବମ୍ପର ୨୦୧୯ ଖୁସି ଭରି ଦେଇଛି । କାରଣ କୁମାରଙ୍କର ଲାଗିଛି ଅଢେଇ କୋଟି ଟଙ୍କାର ଲଟେରୀ । କୁମାରଙ୍କ କହିବା ଅନୁଯାୟୀ ସେ ଜଣେ ପେଣ୍ଟର, ପ୍ଲମ୍ବର ଏବଂ ଇଲେକ୍ଟ୍ରିସିଆନ ଭାବେ କାମ କରନ୍ତି । ଚଣ୍ଡୀଗଡ଼ର ପିଜିଆଇଏମଇଆରରୁ ଫେରିବା ବେଳେ ସେ ନାଙ୍ଗଲ ବସ ଷ୍ଟାଣ୍ଡ ନିକଟସ୍ଥ ଏକ ଲଟେରୀ ଷ୍ଟଲରୁ ୧୦୦୦ ଟଙ୍କାର ଦୁଇଟି ଟିକେଟ କିଣିଥିଲେ । ସେଥିମଧ୍ୟରୁ ଗୋଟିଏରେ ଜ୍ୟାକପଟ ଲାଗି ଯାଇଥିଲା । ସେତେବେଳେ ସେ ନିଜ ପୁଅର ଚିକିତ୍ସା ପାଇଁ ପିଜିଆଇଏମଇଆର ଯାଇଥିଲେ ।

ଏହାସହ ପଢନ୍ତୁ ଚୋରି କରୁଥିବା ସମୟରେ ଚୋର ସହିତ ଘଟିଲା ଏପରି ଦୁର୍ଘଟଣା, ଦେଖନ୍ତୁ ଭିଡିଓ

କୁମାରଙ୍କ ଜୀବନରେ ଏହି ଲଟେରୀ ସମସ୍ତ ଅର୍ଥାଭାବ ଦୂର କରିଦେବ ବୋଲି ସେ କହିଛନ୍ତି । ଏହି ଅର୍ଥକୁ ନେଇ ଭବିଷ୍ୟତ ଯୋଜନା ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ ଏହାକୁ ସେ ନିଜର ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ କରିବାକୁ ଚାଁହୁଛନ୍ତି । କୁମାରଙ୍କ ପରିବାରରେ ରୋଜଗାରକ୍ଷମ ସେ ଏକମାତ୍ର ବ୍ୟକ୍ତି ଥିଲେ । ପୁରସ୍କାରର ଏହି ରାଶି ପ୍ରାପ୍ତ କରିବା ପାଇଁ ସେ ପଞ୍ଜାବ ସରକାରଙ୍କ ରାଜ୍ୟ ଲଟେରୀ ବିଭାଗରେ ଆବେଦନ କରିଛନ୍ତି ଏବଂ ଯଥାଶୀଘ୍ର ତାଙ୍କୁ ଏହି ରାଶି ପ୍ରାପ୍ତ ହେବବୋଲି ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଆଶ୍ୱାସନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.