ଇଣ୍ଟରନେଟ୍‌ ସାହାଯ୍ୟରେ ନିଜ ପାର୍ଟନରଙ୍କୁ କରନ୍ତୁ ଗଭୀର ପ୍ରେମ, କେବେ ବି ଆସିବନି ଦୂରତା

ଆଜିକା ସମୟରେ ଦୂରତା ସବୁ ସମ୍ପର୍କରେ ଫାଟ ସୃଷ୍ଟି କରୁଛି। ସ୍ୱାମୀ, ସ୍ତ୍ରୀ ଯଦି କର୍ମଜୀବୀ ଥାଆନ୍ତି, ତେବେ କେତେବେଳେ ଦିନ ଆରମ୍ଭ ହେଉଛି ଏବଂ ସରୁଛି, ତାହା ଜଣାପଡ଼ି ନ ଥାଏ। ମଣିଷ କେବଳ ଘଣ୍ଟା ଦେଖି ତା’ କାମ କରିଥାଏ। ଏମିତିରେ ପାର୍ଟନରଙ୍କ ସହ କୌଣସି ମନାନ୍ତର ନ ଥିଲେ ମଧ୍ୟ ଦୂରତା ଆସିଯିବା ସାଧାରଣ କଥା। ସମ୍ପର୍କରେ ଆସୁଥିବା ଏଭଳି ଅନିଚ୍ଛାକୃତ ଦୂରତାକୁ ଆପଣକୁ ହଟାଇବାକୁ ପଡ଼ିବ। ଏଥିରେ ଇଣ୍ଟରନେଟ୍‌ ଆପଣଙ୍କୁ ବଡ଼ ସାହାଯ୍ୟ କରିପାରିବ। ଆସନ୍ତୁ ଜାଣିବା କେତେବେଳେ ଏବଂ କିପରି ଟେକ୍ନୋଲୋଜିକୁ ଆମେ ବ୍ୟବହାର କରିପାରିବା।

ଏହାସହ ପଢ଼ନ୍ତୁ: ବିଛଣା ଉପରେ ବସି ଖାଦ୍ୟ ଖାଇବାର ଅଭ୍ୟାସ ଅଛି କି? ଆଜି ହିଁ ଛାଡ଼ି ଦିଅନ୍ତୁ, ନଚେତ୍‌ ଭୋଗିପାରନ୍ତି ଏଭଳି କଷ୍ଟ

love1

-ଉଭୟ କର୍ମଜୀବୀ ଥିଲେ, ଏକାଠି ସମୟ ବିତାଇବା ବହୁତ ମୁସ୍କିଲ ହୋଇପଡ଼େ। ଏପରି କି, କଥାବାର୍ତ୍ତା ହେବା ବି ଅସମ୍ଭବ ଥାଏ। ଏଭଳି ସ୍ଥିତିରେ ଆପଣ ନିଜ ପାର୍ଟନରଙ୍କୁ ଏକ ପ୍ରେମଭରା ମେସେଜ୍‌ ପଠାଇ ପାରିବେ। ଏଥିରୁ ଆପଣଙ୍କୁ ଜୀବନସାଥୀଙ୍କୁ ଜଣାପଡ଼ିବ ଆପଣ ତାଙ୍କୁ କେତେ ଭଲ ପାଉଛନ୍ତି।

-ଯଦି ଆପଣଙ୍କ ପାର୍ଟନର କୌଣସି କାମରେ ଅଧିକ ସମୟ ବାହାରେ ରହୁଥାଆନ୍ତି, ତା’ହେଲେ ଆପଣ ତାଙ୍କୁ ମଝିରେ ମଝିରେ ଭିଡିଓ କଲ୍‌ କରି ସରପ୍ରାଇଜ୍‌ ଦେଇପାରନ୍ତି।

ଏହାସହ ପଢ଼ନ୍ତୁ: ପ୍ରି-ମ୍ୟାରିଟାଲ କାଉନ୍‌ସେଲିଙ୍ଗ: ସମ୍ପର୍କଠାରୁ ଅଧିକ ସ୍ୱାସ୍ଥ୍ୟ ବିଷୟରେ କଥା ହେଉଛନ୍ତି ଦମ୍ପତି, ଆପଣ ବି କରେଇ…

love3

-ଯଦି ସକାଳୁ ସକାଳୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଛି ଏବଂ ଏହାପରେ ଦୁହେଁ କାମକୁ ଚାଲିଯାଉଛନ୍ତି। ଏଭଳି ସ୍ଥିତିରେ ଆପଣ ଇଣ୍ଟରନେଟ୍‌ ବା ଟେକ୍ନୋଲୋଜିର ସାହାରା ନେଇପାରିବେ। ଆପଣ ନିଜ ମୋବାଇଲ୍‌ ଫୋନ୍‌ରେ ପ୍ରେମଭରା କିମ୍ବା ସରିର ଇମୋଜି ପଠାଇପାରିବେ। ଆପଣଙ୍କ ଏଭଳି ହରକତରେ ଅଭିମାନ କରିଥିବା ପାର୍ଟନରଙ୍କର ରାଗ ଶାନ୍ତ ହୋଇଯିବ।

ଏହାସହ ପଢ଼ନ୍ତୁ: ସ୍ମାର୍ଟ ନୁହେଁ, ବରଂ ଏହି ଟାଇପ୍‌ର ପୁଅଙ୍କୁ ବେଶି ପସନ୍ଦ କରନ୍ତି ଝିଅ

-ଯଦି ଆପଣ କୌଣସି କଥା ପାର୍ଟନରଙ୍କୁ କହିପାରୁ ନାହାନ୍ତି, ତା’ହେଲେ ନିଜ ଭାବନାକୁ ଥରେ ଇମେଲ୍‌ କରି ଦିଅନ୍ତୁ। ଦେଖିବେ, କେମିତି ଚଟାପଟ ଏହାର ଉତ୍ତର ଆପଣଙ୍କ ପାଖକୁ ଆସିଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.