Below header

ସାମ୍ନାକୁ ଆସିଲା ‘ସୁରଜ ପେ ମଙ୍ଗଳ ଭାରି’ର ପ୍ରଥମ ଝଲକ

ମନୋଜ ବାଜପେୟୀ ଓ ଦିଲଜିତ ଦୋସାଞ୍ଝ ଅଭିନୀତ ଫିଲ୍ମ ‘ସୁରଜ ପେ ମଙ୍ଗଳ ଭାରି’ର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଏହି ବିଶେଷ ଦୃଶ୍ୟ ଟିକୁ ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ଟର୍ମିନାଲରେ ହିଁ ସୁଟିଂ କରାଯାଇଥିବା ଜଣା ଯାଇଛି । ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଷେକ ଶର୍ମା । ଫିଲ୍ମ ନିର୍ଦ୍ଦେଶକଙ୍କ ଅନୁଯାୟୀ ଫିଲ୍ମର କେତେକ କ୍ଳାଇମାକ୍ସ ଦୃଶ୍ୟର ସୁଟିଂ ପାଇଁ ଏକ ବ୍ୟସ୍ତ ବହୁଳ ରେଳ ଷ୍ଟେସନର ଆବଶ୍ୟକ ଥିଲା । ଆହୁରି ମଧ୍ୟ ସେ କହିଛନ୍ତି କି ଏହି ସିନେମା ଟି ନବେ ଦଶକର କାହାଣୀ ଉପରେ ହିଁ ଆଧାରିତ । ତେଣୁ କାହାଣୀକୁ ବାସ୍ତବ ରୂପ ଦେବା ପାଇଁ ସିନେମାର ଅଧିକାଂଶ ଦୃଶ୍ୟ ମୁମ୍ବାଇର ରେଳ ଷ୍ଟେସନରେ ସୁଟିଂ କରାଯାଇଥିଲା । ଫିଲ୍ମର ଏକ ଖାସ ଦୃଶ୍ୟର ସୁଟିଂ ପାଇଁ ମୁମ୍ବାଇର ଶିବାଜୀ ଟର୍ମିନାଲରେ ସକାଳ ୭ ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଦୁଇ ଦିନ ଧରି ଲଗାତାର ସୁଟିଂ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.