Below header

ବଲିଉଡ ପରେ ସାଉଥ ମୁହାଁ ବିଶ୍ୱସୁନ୍ଦରୀ ମାନୁଷୀ ଛିଲ୍ଲର, ବରୁଣ ତେଜଙ୍କ ସହିତ ଆସିବେ ନଜର

ବଲିଉଡ ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର । ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲରଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ସମ୍ରାଟ ପୃଥ୍ଵୀରାଜ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିନଥିଲା। ଫିଲ୍ମରୁ ପ୍ରତୀକ୍ଷା କରି ରହିଥିଲେ ଦର୍ଶକ। କିନ୍ତୁ ଏହା ବକ୍ସ ଅଫିସରେ ଫ୍ଲପ୍‌ ହୋଇଗଲା। ପରେ ପୁଣି ଜନ ଆବ୍ରାହମଙ୍କ ସହିତ ଆଉ ଏକ ଫିଲ୍ମ ମିଳିଥିଲା। କିନ୍ତୁ ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‌ ହେବା ପରେ ମାନୁଷୀ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ମନ ବଳାଇଛନ୍ତି । ସାଉଥ ଫିଲ୍ମର ଅଫର ଆସିବା ପରେ ମାନୁଷୀ ଫିଲ୍ମ କରିବାକୁ ହଁ ଭରିଛନ୍ତି।

ରିପୋର୍ଟ ଅନୁଯାୟୀ, ମାନୁଷୀ ସାଉଥ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ ତେଲୁଗୁ ଫିଲ୍ମରେ କରିବାକୁ ଯାଉଛନ୍ତି। ତେଲୁଗୁ ଷ୍ଟାର ବରୁଣ ତେଜଙ୍କ ସହିତ ମାନୁଷୀ ନଜର ଆସିବେ। ଏହି ଫିଲ୍ମ ଆକ୍ସନ ଏବଂ ରୋମାଣ୍ଟିକ ଫିଲ୍ମ। ଫିଲ୍ମର ନିର୍ଦ୍ଦେଶନା  ଶକ୍ତି ପ୍ରତାପ ସିଂ ହାଡା କରୁଛନ୍ତି। ଏହି ଫିଲ୍ମର ତେଲୁଗୁ ସହିତ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ ହେବ। ଏହି ତେଲୁଗୁ ଫିଲ୍ମରେ ବରୁଣ ଜଣେ ବାୟୁସେନାର ସୈନିକ ଭାବେ ନଜର ଆସିବେ। ଏବେ ଫିଲ୍ମ ପ୍ରି ପ୍ରଡକ୍ସନ ପର୍ଯ୍ୟାୟରେ ରହିଛି।

ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ଭୂମିକାରେ ଅକ୍ଷୟ କୁମାର ନଜର ଆସିଥିଲେ । ଖଳନାୟକ ମହମ୍ମଦ ଗୌରୀଙ୍କ ଭୂମିକାରେ ନଜର ଆସିଥିଲେ ମାନବ ବିଜ୍‌ । ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ପରାକ୍ରମକୁ ଦର୍ଶକ ଦେଖି ପାରିଥିଲେ  । ତେବେ ଏହି ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ପତ୍ନୀ ସଂଯୁକ୍ତାଙ୍କ ଭୂମିକାରେ ନଜର ଆସିଥିଲେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର ।

୧୧୯୧ ଓ ୧୧୯୨ ରେ ପୃଥ୍ଵୀରାଜ ଚୌହ୍ଵାନ ଓ ମହମ୍ମଦ ଘୋରୀଙ୍କ ମଧ୍ୟରେ ହୋଇଥିବା ଘମାଘୋଟ ଯୁଦ୍ଧର ଝଲକ୍‌ ବି ଦେଖିବାକୁ ମିଳିଥିଲା। ଅକ୍ଷୟ କୁମାର ଓ ମାନୁଷୀ ଛିଲ୍ଲରଙ୍କ ଅଭିନେତା ସୋନୁ ସୁଦ୍‌ କବି ଚନ୍ଦ୍ରବରଦାଇଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହିପରି ଅଭିନେତା ସଞ୍ଜୟ ଦତ୍ତ କାକା କାହ୍ନାଙ୍କ ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଏଥିସହ ଆଶୁତୋଷ ରାଣା ଜୟଚନ୍ଦ୍ର ଓ ମାନବ ବିଜ ମହମ୍ମଦ ଘୋରୀ ଭୂମିକାରେ ନଜର ଆସିଥିଲେ। ଏଥିସହ ଫିଲ୍ମରେ ସାକ୍ଷୀ ତଓ୍ଵର, ଲଳିତ ତିଓ୍ଵାରୀ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଡାକ୍ତର ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ।

ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ୪ଟି ରାଣୀ ଥିଲେ । କିନ୍ତୁ ଫିଲ୍ମରେ କେବଳ ଦୁଇଟି ରାଣୀଙ୍କୁ ଦର୍ଶକେ ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁଯାୟୀ ପ୍ରଥମ ରାଣୀ ସଂଯୁକ୍ତାଙ୍କ ଭୂମିକାରେ ମାନୁଷୀ ନଜର ଆସିଥିଲେ । ଫିଲ୍ମର ସୁଟିଂ ରାଜସ୍ଥାନ ଓ ଉତ୍ତର ଭାରତର ଅନ୍ୟ ରାଜ୍ୟରେ ହେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.