Below header

ଧୋକା ଖାଇଲେ ରାଜ କୁମାର ରାଓ, ତାଙ୍କ ପ୍ୟାନ କାର୍ଡରେ ଲୋନ ଉଠାଇନେଲେ ଦୁର୍ବୁର୍ତ୍ତ

ବଲିଉଡ ଅଭିନେତା ରାଜକୁମାର ରାଓ ନିଜ ବଳିଷ୍ଠ ଅଭିନୟ ପାଇଁ ଖୁବ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଏହି ସିରିୟସ ଅଭିନେତା ଜଣକ ସୋସିଆଲ ମିଡିଆରେ କିନ୍ତୁ ଖୁବ ଆକ୍ଟିଭ ରୁହନ୍ତି । ଏଇ ନିକଟରେ ହିଁ ଏହି ଅଭିନେତା ଜଣକ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଆଉ ରାଜକୁମାରଙ୍କ ଏହି ପୋଷ୍ଟଟି ତାଙ୍କ ଫ୍ୟାନ୍ସ ମାନଙ୍କୁ ବି ଚକିତ କରିଦେଇଛି । ପୋଷ୍ଟଟିକୁ ସେୟାର କରି ରାଜକୁମାର ସ୍ପଷ୍ଟ ଭାବେ ଲେଖିଛନ୍ତିକି ତାଙ୍କ ସହିତ ଧୋକା ହୋଇଛି । ରାଜ କୁମାରଙ୍କ ପ୍ୟାନ କାର୍ଡକୁ କେହି ଜଣେ ଧୋକାରେ ନେଇ ଲୋନ ଉଠାଇ
ଯାଇଛି । ଯାହା ପରେ ଅଭିନେତା ସେହି ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ କରିଛନ୍ତି ।

 

ରାଜ କୁମାର ରାଓଙ୍କ କହିବା ଅନୁଯାୟୀ ତାଙ୍କ ପ୍ୟାନ କାର୍ଡର ଦୁରୁପଯୋଗ କରି ଧୋକାରେ କେହି ଜଣେ ଲୋନ ଉଠାଇ ନେଇଛନ୍ତି । ଯେଉଁ କାରଣରୁ ତାଙ୍କ କ୍ରେଡିଟ ସ୍କୋର ପ୍ରଭାବିତ ହୋଇଛି । ଏବେ ଏହି ପୁରା ମାମଲାକୁ ନେଇ ଟ୍ୱିଟର ଜରିଆରେ ପୋଷ୍ଟ କରି କ୍ରେଡିଟ ଇନଫର୍ମେଶନ ବ୍ୟୁରୋ ଲିମିଟେଡ଼ ଅଧିକାରୀଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ଅଭିନେତା ଜଣକ ନିଜ ଟ୍ୱିଟରେ ଲେଖିଛନ୍ତିକି- ମୋ ପ୍ୟାନକାର୍ଡର ଦୁରୁପଯୋଗ କରି, ମୋ ନା’ରେ ୨୫୦୦ ଟଙ୍କାର ଏକ ଛୋଟ ଆକାରର ଲୋନ ନେଇଛନ୍ତି । ଯେଉଁ କାରଣରୁ ମୋର ସିଭିଲ ସ୍କୋର ପ୍ରଭାବିତ ହୋଇଛି । କ୍ରେଡିଟ ଇନଫର୍ମେଶନ ବ୍ୟୁରୋ ଇଣ୍ଡିଆ ଲିମିଟେଡ଼ ଦୟାକରି ଏହାକୁ ସୁଧାରି ନିଅନ୍ତୁ । ଏହା ବିରୋଧରେ କୌଣସି ଏକ ଐତିହାସିକ ପଦକ୍ଷେପ ନିଅନ୍ତୁ । ଅବଶ୍ୟ ସିବିଲ ଟ୍ୱିଟର ହ୍ୟାଣ୍ଡଲରୁ ଏବେ ଯାଏଁ ଅଭିନେତାଙ୍କ ଟ୍ୱିଟ ଉପରେ କୌଣସି ଜବାବ ଦିଆଯାଇନାହିଁ ।

ଯଦି ରାଜକୁମାର ରାଓଙ୍କ କାମ ଦେଖିବା ତେବେ ଜାଣିପାରିବା ରାଜକୁମାର ହିଟ, ମୋନିକା, ଓ ମାଇ ଡାର୍ଲିଂଗ ଓ ଭିଡ଼ ପରି ସିନେମାରେ ଜବରଦସ୍ତ ଅଭିନୟ କରିଛନ୍ତି । ଅବଶ୍ୟ ଏଗୁଡିକର ରିଲିଜ ଡେଟ ଏଯାବତ ସାମ୍ନାକୁ ଆସିନାହିଁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.