୨୦୧୭ ମସିହାରେ ଗାୟବ ହୋଇଥିଲେ ମୁନ୍ନାଭାଇ ଫିଲ୍ମର କଳାକାର, ଏଯାଏଁ ମଧ୍ୟ ରହିଛନ୍ତି ନିଖୋଜ୍

ମୁମ୍ବାଇ : ଅଭିନେତା ସଂଞ୍ଜୟ ଦତ୍ତଙ୍କ ସୁପରହିଟ ଫିଲ୍ମ ମୁନ୍ନାଭାଇ ଏମବିଏସ ଆପଣଙ୍କୁ ନିଶ୍ଚିତ ମନେଥିବ। ତେବେ ଏବେ ନିକଟରେ ଏହାର ୩ୟ ସଂସ୍କରଣ ଆସିବା ନେଇ ମିଡ଼ିଆରେ ବେଶ ଚର୍ଚ୍ଚା ହେଉଛି। ତେବେ ଆଜି ଆମେ ଫିଲ୍ମର ରିଲିଜ୍ ବା ସୁଟିଂ ସମ୍ବନ୍ଧୀୟ ନୁହଁ ବରଂ ଏହାର ପ୍ରଥମ ଭାଗରେ ଅଭିନୟ କରିଥିବା ଜଣେ ଅଭିନେତାଙ୍କ ନିଖୋଜ ହେବା ବିଷୟରେ କହିବାକୁ ଯାଉଛୁ। ଫିଲ୍ମରେ ସହଅଭିନେତା ଭାବେ ନଜର ଆସିଥିବା ବିଶାଳ ଠକ୍କର ବିଗତ ୩ବର୍ଷ ହେଲା ନିଖୋଜ ରହିଛନ୍ତି। ସେ ଫିଲ୍ମରେ ସୁଇସାଇଡ କରିଥିବା ବ୍ୟକ୍ତଙ୍କ ଭୂମିକାରେ ଅଭିନୟ କରିଥିଲେ।

vishal

ରିପୋର୍ଟ ମୁତାବକ, ବିଶାଲ ଜାନୁଆରୀ ୨୦୧୬ ମସିହାରୁ ନିଖୋଜ ରହିଛନ୍ତି। ସେ ଶେଷ ଥର ପାଇଁ ୩୧ ଡିସେମ୍ବର ୨୦୧୫ରେ ତାଙ୍କ ମାଁଙ୍କ ନିକଟରୁ ଫିଲ୍ମ ଦେଖିବା ପାଇଁ୫୦୦ ଟଙ୍କା ନେଇଥିଲେ। ସେହି ସମୟରେ ତାଙ୍କ ମାଁଙ୍କୁ ସାଙ୍ଗରେ ଯିବାକୁ କହିଥିବା ବେଳେ ତାଙ୍କ ମା ମନା କରିଦେଇଥିଲେ। ଏହାପରେ ସେହି ଦିନ ସନ୍ଧ୍ୟାରେ ବିଶାଲ ତାଙ୍କ ପିତାଙ୍କୁ ମେସେଜ୍ କରି ସେ କୌଣସି ଏକ ପାର୍ଟିରେ ଯାଉଥିବା ବେଳେ ତାହାର ପରଦିନ ଫେରିବେ ବୋଲି କହିଥିଲେ। କିନ୍ତୁ ତାହା ପରଠାରୁ ବିଶାଲଙ୍କ କୌଣସି ଖୋଜ ଖବର ଆଜି ଯାଏଁ ନାହିଁ।

vishal-thakkar

ତାଙ୍କୁ ଶେଷଥର ୧ ଜାନୁଆରୀ ୨୦୧୬ରେ ତାଙ୍କର ପ୍ରେମୀକା ସହ ସକାଳ ପ୍ରାୟ ୧୧:୪୫ ମିନିଟରେ ଗୋଦବନ୍ଦର ରୋଡ଼ରେ ଦେଖିବାକୁ ମିଳିଥିଲା। ତାଙ୍କର ଗାୟବ ହେବା ପରେ ଅପହରଣ ସ୍ବରୁପ କୌଣସି ଫୋନ ଆସିନଥିବା ବେଳେ ଏଯାଏଁ ବିଶାଲଙ୍କର କୌଣସି ଖବର ମିଳିନାହିଁ। ଏବେ ତାଙ୍କ ବାଟ ତାଙ୍କ ପରିବାରଠୁ ଆରମ୍ଭ କରି ଫ୍ୟାନ୍ସଙ୍କ ସମସ୍ତେ ଚାହିଁ ବସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.