Below header

ଜୀବନ ଯୁଦ୍ଧ ଜିତିଲେ ଆୟାନ, ୫ ବର୍ଷ ପରେ କ୍ୟାନ୍ସରରୁ ମୁକ୍ତି ପାଇଲେ ଇମରାନ୍ ହାସମୀଙ୍କ ପୁଅ

ଲମ୍ବା ସମୟ ପରେ ଅଭିନେତା ଇମରାନ୍ ହାସମୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କେବଳ ଇମରାନ୍ ନୁହଁନ୍ତି, ତାଙ୍କ ଫ୍ୟାନ୍ ମାନଙ୍କ ପାଇଁ ମଧ୍ୟ ନିଶ୍ଚିତ ଭାବରେ ଏକ ବଡ ଖବର । ଜୀବନ ଯୁଦ୍ଧ ଜିତିଗଲେ ଇମରାନଙ୍କ ପୁଅ । ଅର୍ଥାତ୍ କ୍ୟାନ୍ସର ମୁକ୍ତ ହେଲେ ଇମରାନଙ୍କ ୯ ବର୍ଷର ଅୟାନ୍ । ପ୍ରାୟ ୫ ବର୍ଷ ଡାୟଗ୍ନୋସିସ୍ ରହିବା ପରେ ଏବେ ସମ୍ପୂର୍ଣ୍ଣ ଭାବରେ କ୍ୟାନ୍ସର ମୁକ୍ତ ଆୟାନ୍ । ଏନେଇ ନିଜେ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି ଇମରାନ୍ ।

ଏହା ସହ ଏକ ଇମୋସନାଲ୍ ପୋଷ୍ଟ ମଧ୍ୟ କରିଛନ୍ତି । ଲେଖିଛନ୍ତି, ଏହି ସମୟ ମୋ ପାଇଁ ଏକ ଯାତ୍ରା ସହ ସମାନ ଥିଲା । ଆପଣ ସମସ୍ତଙ୍କ ଆଶୀର୍ବାଦ ପାଇଁ ବହୁତ ଧନ୍ୟବାଦ । କ୍ୟାନ୍ସର ସହ ଲଢିବା ପାଇଁ ଆପଣଙ୍କ ପ୍ରେମ ଆଉ ପ୍ରାର୍ଥନା ବହୁତ କାମରେ ଆସିଲା । ବିଶ୍ବାସ ଯେ ଆଗକୁ ବହୁତ କିଛି କରିବାକୁ ଅଛି ।

emraan hasmiସୂଚନାଯୋଗ୍ୟ, ଆୟାନର ଜନ୍ମ ୨୦୧୦ରେ ହୋଇଥିଲା । ତେବେ ୨୦୧୪ରେ ଯେତେବେଳେ ଆୟାନକୁ ମାତ୍ର ୪ ବର୍ଷ ହୋଇଥିଲା ସେତେବେଳେ କ୍ୟାନ୍ସର ହୋଇଥିବା କଥା ଜଣା ପଡିଥିଲା । ଏହା ପ୍ରଥମ ଷ୍ଟେଜ୍ କ୍ୟାନ୍ସର ଥିଲା । ତେବେ ଏହି ଘଟଣା ଇମରାନଙ୍କୁ ଦେଇଥିଲା ଏକ ଶକ୍ତ ଝଟକା । ଏବେ ୫ ବର୍ଷ ପରେ ଆୟାନ୍ ସମ୍ପୂର୍ଣ୍ଣ ଭାବରେ କ୍ୟାନ୍ସର ଫ୍ରି ହୋଇଯାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.