ବ୍ୟଥାରେ ଥିବା ବ୍ୟକ୍ତିଙ୍କ କାନରୁ ବାହାରିଲା ଏପରି ଜନ୍ତୁ, କି ଉଡିଗଲା ଡାକ୍ତରଙ୍କ ହୋସ୍

ବେଜିଂ : ପରିବେଶରେ ବୁଲୁଥିବା ସରୀସୃପ ସବୁବେଳେ ରହିବା ପାଇଁ ଘର ଖୋଜିଥାନ୍ତି। ଏନେଇ ତାଙ୍କୁ ଯେଉଁ ଯାଗାରେ ଆରାମ ଏବଂ ସୁରକ୍ଷିତ ଅନୁଭବ ହୋଇଥାଏ ସେଠାରେ ସେ ଘର ବନାଇଦିଅନ୍ତି। ଏପରିକି ଅନେକ ସମୟରେ ମନୁଷ୍ୟଙ୍କ ଶରୀରରେ ମଧ୍ୟ ସେମାନେ ଭୁଲବଶତଃ ଘର କରିପକାନ୍ତି। ଆପଣ ଆଜି ପର୍ୟ୍ୟନ୍ତ କାନରେ ପିମ୍ପୁଡ଼ି ବା ବୁଢ଼ିଆଣୀ ପାଶିଥିବା ଶୁଣିଥିବେ କିନ୍ତୁ ଆଜି ଆମେ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବାପରେ ଆପଣଙ୍କ ହୋସ ଉଡ଼ିଯିବ।
ଦକ୍ଷିଣ ଚାଇନାର ଗୁଆଁଗଞ୍ଜ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ କାନରେ ଏକ ଜିଅନ୍ତା ଝିଟିପିଟି ପଶିଯାଇଥିଲା। ଯାହାକୁ ବହୁତ କଷ୍ଟରେ ଡାକ୍ତରି ଦଳ ମିଶି ବାହାର କରିଥିଲେ। ସୂଚନାଅନୁଯାୟୀ, ଚାଇନାର ଏହି ବ୍ୟକ୍ତି ଜଣଙ୍କ ପାଇଁ ଶୋଇବା ଏକ ଅଭିଶାପ ସ୍ବରୁପ ସାବ୍ୟସ୍ତ ହେଲା।ଶୋଇବା ସମୟରେ ହଠାତ୍ ବ୍ୟକ୍ତିଙ୍କ କାନ କୁଣ୍ଡେଇବା ହେବା ସହ ମୁଣ୍ଡ ଭିତରେ କିଛି ବୁଲିଲା ଭଳି ଅନୁଭୂତ ହୋଇଥିଲା। ବ୍ୟକ୍ତି ଜଣଙ୍କ ଅସରୋପା ଭାବି ତୁରନ୍ତ ଡ଼ାକ୍ତରଙ୍କ ପାଖକୁ ଯାଇଥିଲେ। କିନ୍ତୁ କାନ ଭିତରେ ରହିଥିଲା ଅନ୍ୟ କିଛି ଜନ୍ତୁ।
ବ୍ୟକ୍ତିଙ୍କ କାନ ଭିତର ଦେଖି ଡାକ୍ତରଙ୍କ ପାଦ ତଳୁ ଭୂଇଁ ଖସିଯାଇଥିଲା। କାରଣ ବ୍ୟକ୍ତିଙ୍କ କାନରେ ଜିଅନ୍ତା ଝିଟିପିଟି ରହିଥିଲା। ତାହାକୁ କାନରୁ ବାହାର କରିବା ପାଇଁ ପ୍ରଥମେ ବେହୋସ କରାଇ ପରେ ବାହାର କରାଯାଇଥିଲା। ତେବେ ଝିଟିପିଟି ବାହାରକୁ ଆସିବା ପରେ ତାହାର ଲାଞ୍ଜ ଗାୟବ ଥିବା ଜଣାପଡ଼ିଥିଲା। ଯାହା ଏବେ ବ୍ୟକ୍ତି ଏବଂ ଡାକ୍ତର ଉଦ୍ଭୟଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।