Below header

ଲକଡାଉନରେ ନିଆ ସେୟାର କଲେ ଏମିତି ଫଟୋ, ଯାହାକୁ ଦେଖି ଆଉ ସମ୍ଭାଳିହୋଇ ରହିପାରୁନାହାନ୍ତି ଫ୍ୟାନ

ଟେଲିଭିଜନ ଅଭିନେତ୍ରୀ ନିଆ ଶର୍ମା ସବୁବେଳେ ନିଜର ସେକ୍ସି ଫିଗରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିଜର ସେକ୍ସି ଅନ୍ଦାଜ ପାଇଁ ସୁବବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ନିଆ ଶର୍ମା । କେବେ ନିଆ ନିଜର ଫିଟ୍ନେସକୁ ନେଇ ତ ଆଉ କେବେ ଫଟୋଶୁଟ୍କୁ ନେଇ। ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ହେବା ସତ୍ତ୍ୱେ ବଲିଉଡର ଅଭିନେତ୍ରୀମାନଙ୍କୁ ପଛରେ ପକାଇ ଦିଅନ୍ତି ନିଆ। ନିକଟରେ ପୁଣି ଏକ ଫଟୋଶୁଟ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି ନିଆ। ସବୁବେଳେ ନିଜର ବୋଲ୍ଡନେସକୁ ନେଇ ଲାଇମଲାଇଟରେ ରହନ୍ତି ନିଆ।

ଏବେ ଲକଡାଉନରେ ରହି ନିଆ ପୁରୁଣା ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ଦେଖି ତାଙ୍କ ଫ୍ୟାନ ପୁରା ପାଗଳ ହୋଇଯାଇଛନ୍ତି। ଏହି ଫଟୋରେ ନିଆ ପାର୍ଟି କରୁଥିବା ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ନିଆ କ୍ୟାପସନ ଲେଖିଛନ୍ତି, ‘ ମୁଁ ଆଜି ପୁରୁଣା ଫଟୋକୁ ଦେଖିଲି ଏବଂ ଆମେ କିଭଳି ପାଟି କରୁଥିଲୁ, ଡ୍ୟାନ୍ସ କରୁଥିଲୁ’। ସୂଚନାଯୋଗ୍ୟ, ନିଆ ନିଜର ସେକ୍ସି ଫିଗର ପାଇଁ ଏସିଆର ସେକ୍ସିଏଷ୍ଟ ତାଲିକାରେ ମଧ୍ୟ ସାମିଲ ହୋଇଥିଲେ। ଏହାଛଡା ନିଆ ନାଗିନ-୪ରେ ଦମଦାର ଭୂମିକାରେ ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.