Below header

ଚିଡିଆଖାନାରେ ଭାଲୁକୁ ଦେଖି ପାଣିକୁ ଡେଇଁ ପଡିଲେ ବ୍ୟକ୍ତି, ତାପରେ ତାଙ୍କ ସହିତ କଣ ହେଲା ଦେଖନ୍ତୁ ଭିଡିଓ

ଜଣେ ବ୍ୟକ୍ତି ପାଣିରେ ଭାଲୁ ସହିତ ଲଢେଇ କରିବାର ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଛି। ଏହି ଭିଡ଼ିଓରେ ଆପଣ ଦେଖିବେ ଯେ ଜଣେ ବ୍ୟକ୍ତି ନିଜ ଜୀବନ ବଞ୍ଚାଇବା ପାଇଁ ଭାଲୁକୁ ପାଣିରେ ବୁଡ଼ାଇବାକୁ ଚେଷ୍ଟା କରୁଛି।

ସୂଚନା ଅନୁଯାୟୀ ପୋଲାଣ୍ଡରେ ନିକଟରେ କରୋନା ଭାଇରସ ଲକଡାଉନ ହଟା ଯାଇଛି। ଆଉ ଏହି ତାଲା ବନ୍ଦ ହଟିବା ପରେ ପୋଲାଣ୍ଡର ଏକ ଚିଡ଼ିଆଘର ଖୋଲା ଯାଇଛି। କିନ୍ତୁ ଏହି ଚିଡ଼ିଆଘରେ ଯାହା ହେଲା ତାହା ବହୁତ ଆଶ୍ଚର୍ଯ୍ୟକର ଏବଂ ଛାତି ଥରାଇବା ଭଳି ଥିଲା।


ଭିଡ଼ିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ଭାଲୁ ପିଞ୍ଜରା ଭିତରେ ଛିଡା ହୋଇଛନ୍ତି। ଭାଲୁ ଏହି ବ୍ୟକ୍ତିଙ୍କୁ ଦେଖି ତାଙ୍କ ଆଡକୁ ଦୌଡିଲା। ସେତେବେଳେ ଏହି ବ୍ୟକ୍ତି ନିଜର ଜୀବନ ବଞ୍ଚାଇବାକୁ ପାଣିରେ ଡେଇଁ ପଡିଲେ। ଭାଲୁ ବି ବ୍ୟକ୍ତିଙ୍କ ପଛେ ପଛେ ପାଣିରେ ଡେଇଁ ପଡିଲା। ଭାଲୁକୁ ପାଣିରେ ଦେଖି ବ୍ୟକ୍ତି ଜଣଙ୍କ ନିଜ ଜୀବନ ବଞ୍ଚାଇବା ପାଇଁ ଭାଲୁକୁ ପାଣିରେ ବୁଡ଼ାଇବାକୁ ଚେଷ୍ଟା କଲେ। ସୂଚନା ଅନୁଯାୟୀ ବ୍ୟକ୍ତି ଜଣଙ୍କ ନିଶାଶକ୍ତ ଅବସ୍ଥାରେ ଥିଲେ। ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.