ବଦ୍ରିନାଥ ମନ୍ଦିରରେ କାହିଁକି ବଜାଯାଏ ନାହିଁ ଶଙ୍ଖ? ଜାଣନ୍ତୁ କ’ଣ ରହିଛି ଏହା ପଛର ରହସ୍ଯ

ଆପଣମାନେ ତ ନିଶ୍ଚୟ ବଦ୍ରିନାଥ ଧାମର ନାଁ ଶୁଣିଥିବେ, ଯାହା ହିନ୍ଦୁ ଧର୍ମର ୪ଟି ପବିତ୍ର ଧାମ ମଧ୍ଯରୁ ଗୋଟିଏ। ଏହି ମନ୍ଦିରରେ ଭଗବାନ ବିଷ୍ଣୁ ବିରାଜମାନ କରିଛନ୍ତି। ସାଧାରଣତଃ କିଛି ମନ୍ଦିରରେ ପୂଜା ସମୟରେ ଶଙ୍ଖ ବଜାଇବା ଅନିବାର୍ଯ୍ଯ କିନ୍ତୁ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ବିଲକୁଲ୍ ଶଙ୍ଖ ବଜାଯାଇନଥାଏ। ବାସ୍ତବରେ ଏହା ପଛରେ ଏକ ପୌରାଣିକ ରହସ୍ଯ ଲୁଚି ରହିଛି, ଯାହା ବିଷୟରେ ଜାଣିବା ପରେ ଆପଣମାନେ ମଧ୍ଯ ନିଶ୍ଚୟ ଆଶ୍ଚର୍ଯ୍ଯ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଏହି ମନ୍ଦିରରେ କାହିଁକି ଶଙ୍ଖ ବଜାଯାଇ ନଥାଏ।

conchଉତ୍ତରାଖଣ୍ଡର ଚମୋଲି ଜନପଦରେ ଅଲକାନନ୍ଦା ନଦୀ ତଟରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର ରହିଛି, ଯାହାର ନିର୍ମାଣ ସପ୍ତମରୁ ନବମ ଶତାଦ୍ଦୀ ମଧ୍ଯରେ ହେବାର ପ୍ରମାଣ ରହିଛି। ଏହାକୁ ଭାରତର ସବୁଠାରୁ ଲୋକପ୍ରିୟ ତୀର୍ଥସ୍ଥାନ। କାରଣ ଏଠାରେ ପ୍ରତ୍ଯେକ ବର୍ଷ ଭଗବାନ ବଦ୍ରିନାରାୟଣଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଥାଏ।

ଏହି ମନ୍ଦିରରେ ଭଗବାନ ବଦ୍ରିନାରାୟଣଙ୍କ ଏକ ମିଟର (୩.୩ ଫୁଟ) ଉଚ୍ଚର ଶାଳଗ୍ରାମରେ ନିର୍ମିତ ପ୍ରତିମା ରହିଛି। ମାନ୍ଯତା ରହିଛି ଏହି ପ୍ରତିମାରେ ଭଗବାନ ଶିବଙ୍କ ଅବତାର ଆଦି ଶଙ୍କରାଚାର୍ଯ୍ଯ ଅଷ୍ଟମ ଶତାଦ୍ଦୀରେ ନିକଟରେ ଥିବା ନାରଦ କୁଣ୍ଡରୁ ବାହାର କରି ସ୍ଥାପିତ କରିଥିଲେ। କୁହାଯାଇଥାଏ ଏହି ମୂର୍ତ୍ତି ଆପେ ଆପେ ଧରିତ୍ରୀ ଉପରେ ପ୍ରକଟ ହୋଇଥିଲା।

badrinath-ଏହି ମନ୍ଦିରରେ ଶଙ୍ଖ ନବଜାଇବା ପଛରେ ଏଭଳି ମାନ୍ଯତା ରହିଛି, ଏକ ସମୟରେ ହିମାଳୟ କ୍ଷେତ୍ରରେ ଦାନବମାନେ ଏଭଳି ଆତଙ୍କ ସୃଷ୍ଟି କରିଥିଲେ ଯାହାଫଳରେ ମୁନି ଋଷିମାନେ ମନ୍ଦିରରେ କିମ୍ବା ନିଜ ଆଶ୍ରମ ପରିସରରେ ମଧ୍ଯ ଭଗବାନଙ୍କ ପୂଜା-ଅର୍ଚ୍ଚନା କରିପାରିନଥିଲେ। ଏପରିକି ଦାନବମାନେ ମୁନି-ଋଷିଙ୍କୁ ହଇରାଣ କରିବା ସହ ସେମାନଙ୍କୁ ଭୋଜନ ମଧ୍ଯ କରିଦଉଥିଲେ। ରାକ୍ଷସଙ୍କ ଏଭଳି ଉତ୍ପାତ ଦେଖି ଋଷି ଅଗସ୍ତ୍ଯ ମାଁ ଭଗବତୀଙ୍କୁ ସାହାଯ୍ଯ କରିବା ପାଇଁ ପ୍ରାର୍ଥନା କରିଥିଲେ। ଯାହାପରେ ମାତା କୁଷ୍ମାଣ୍ଡା ଦେବୀ ରୂପରେ ପ୍ରକଟ ହୋଇ ତ୍ରିଶୁଳ ଏବଂ ଖଣ୍ଡାରେ ସମସ୍ତ ରାକ୍ଷସମାନଙ୍କର ବଧ କରିଥିଲେ।

badrinathବାସ୍ତବରେ ଆତାପି ଏଂ ବତାପି ନାମରେ ଦୁଇ ରାକ୍ଷସ ମାଁ କମୋଣ୍ଡାଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ପଳାୟନ କରିଥିଲେ। ଏହାଦ୍ବାରା ଆତାପି ମନ୍ଦାକିନୀ ନଦୀରେ ଲୁଚି ଯାଇଥିବା ବେଳେ ବତାପି ବଦ୍ରିନାଥ ଧାମକୁ ଯାଇ ଶଙ୍ଖ ମଧ୍ଯରେ ଲୁଚି ଯାଇଥିଲେ। ଏହାପରଠାରୁ ବଦ୍ରିନାଥ ଧାମରେ ଶଙ୍ଖ ବଜାଇବା ବର୍ଜିତ ହୋଇଥିଲା, ଯାହାର ପରମ୍ପରା ଆଜି ମଧ୍ଯ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.