Below header

ଫୁଲନଖରା ନିଆଳି ରାସ୍ତାର ବ୍ରାହ୍ମଣ ଝରିଲୋ ବଜାର ନିକଟରେ ଟ୍ରକ୍ ଧକ୍କାରେ ହେଟା ବାଘର ମୃତ୍ୟୁ

ନିଆଳି: ଟ୍ରକ୍ ଧକ୍କାରେ ହେଟା ବାଘର ମୃତ୍ୟୁ । ଫୁଲନଖରା ନିଆଳି ରାସ୍ତାର ବ୍ରାହ୍ମଣ ଝରିଲୋ ବଜାର ନିକଟରେ ବିଳମ୍ବିତ ରାତିରେ ସଡକ ଦୁର୍ଘଟଣାରେ ହେଟାର ମୃତ୍ୟୁ ଘଟିଛି । ଏକ ମାଲ ବୋଝେଇ ଟ୍ରକ୍ ନିଆଳି ଆଡୁ ଫୁଲନଖରା ଆଡକୁ ଦୃତ ଗତିରେ ଆସୁଥିବା ବେଳେ ହଠାତ୍ ହେଟା ବାଘଟି ରାସ୍ତା ପାର ହେଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଘଟଣା ସ୍ଥଳରେ ହେଟାର ମୃତ୍ୟୁ ଘଟିଥିବା ବେଳେ ସକାଳୁ ଖବର ପାଇ ଫୁଲନଖରା ରେଞ୍ଜ ଜଙ୍ଗଲ ବିଭାଗ ଅଧିକାରୀ ପହଞ୍ଚି ମୃତ ହେଟାର ବ୍ୟବଛେଦ କରିଛନ୍ତି । ଏଭଳି ବିଲୁପ୍ତ ପ୍ରାୟ ପ୍ରାଣୀ ମାନଙ୍କର ମୃତ୍ୟୁ ପରିବେଶବିତ ଙ୍କୁ ବ୍ୟଥିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.