Below header

ଏବେ ଫାତିମା ସନା ଶେଖଙ୍କ କରୋନା ରିପୋର୍ଟ ଆସିଲା ପଜିଟିଭ

ବଲିଉଡ୍‌ରେ ଜଣଙ୍କ ପରେ ଜଣେ କରୋନାର ଶିକାର ହେଉଛନ୍ତି। ଏବେ ଅଭିନେତ୍ରୀ ଫାତିମା ସନା ଶେଖଙ୍କୁ କରୋନା ହୋଇଛି। ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ଫାତିମା ନିଜେ ହିଁ ସୋସିଆଲ ମିଡିଆରେ ନିଜ ଫ୍ୟାନ୍‌ମାନଙ୍କୁ ସୂଚନା ଦେଇଛନ୍ତି।

ଫାତିମା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ‘ମୋ କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସମସ୍ତ ସାବଧାନତା ଓ ନିୟମକୁ ପାଳନ କରୁଛି ଏବଂ ଘରେ କ୍ୱାରେଣ୍ଟିନ୍‌ରେ ଅଛି। ଆପଣଙ୍କ ଚିନ୍ତା ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ। ସୁରକ୍ଷିତ ରୁହ ସାଙ୍ଗମାନେ’।

ଚଳିତବର୍ଷ ପ୍ରଥମାର୍ଦ୍ଧରେ ଫାତିମା ଅନିଲ କପୁରଙ୍କ ସହିତ ଏକ ଫିଲ୍ମ ଶୁଟିଂ ପାଇଁ ରାଜସ୍ଥାନରେ ଥିଲେ। ତେବେ ସୂଚନା ରହିଛି କି, ଏହି ଅଭିନେତ୍ରୀ ଫିଲ୍ମର ସେଟ୍‌ ଉପରେ ନିଜ ଜନ୍ମଦିନ ପାଳନ କରିଥିଲେ। ଅନ୍ୟପକ୍ଷରେ ଏବେ ଅନେକ ବଲିଉଡ୍‌ ଆକ୍ଟର କରୋନା ଭ୍ୟାକ୍ସିନ୍‌ ନେଉଛନ୍ତି। ସେମାନଙ୍କ ମଧ୍ୟରେ ସୈଫ୍‌ ଅଲ୍ଲୀ ଖାନ, ସଲମାନ ଖାନ, ସଞ୍ଜୟ ଦତ୍ତଙ୍କ ଭଳି କଳାକାର ସାମିଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.