Below header

ସୋନପୁର: ହୋଲି ଖେଳିସାରି ଗାଧୋଇବା ବେଳେ ନଦୀରେ ଭାସିଯାଇ ବିଡ଼ିଓଙ୍କ ପୁଅ ମୃତ

ସୋନପୁର(କେନ୍ୟୁଜ୍):  ହେଲିରେ ଅଘଟଣ। ନଦୀରେ ବୁଡ଼ି ୧୬ ବର୍ଷ  ନାବାଳକର ମୃତ୍ୟୁ।  ଘଟଣା ଘଟିଛି ସୋନପୁର ଅଞ୍ଚଳରେ । ମିଳିଥିବା ସୂଚନା ମୁତାବକ ସୋନୁପର ରହୁଥିବା ବିଡ଼ିଓ  ଯୁଧିଷ୍ଠିର ମେହେରଙ୍କ ପୁଅ ସୁମିତ ମେହେର ହୋଲି ଖେଳିସାରିବା ପରେ ସାଙ୍ଗମାନଙ୍କ ସହ ମହାନଦୀ ସେତୁ ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ହଠାତ ତାଙ୍କର ଗୋଡ଼ ଖସିଯିବାରୁ ସୁମିତ ପାଣି ସୁଅରେ ଭାସିଯାଇଥିଲେ।

ସ୍ଥନୀୟ ଲୋକେ ସୁମିତକୁ ଉଦ୍ଧାର କରି ସୋନୁପର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।   ସୁମିତ ହେଉଛନ୍ତି ବରଗଡ଼ ଜିଲ୍ଲାରେ କାର୍ଯ୍ୟରତ ବିଡ଼ିଓ ଯୁଧିଷ୍ଠିର ମେହେରଙ୍କ ଏକମାତ୍ର ପୁତ୍ର ସନ୍ତାନ। ତାଙ୍କ ବିୟୋଗରେ ପରିବାରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.