ଘରେ ପ୍ରସ୍ତୁତ କରନ୍ତୁ ପଞ୍ଜାବୀ ଦହି ଭେଣ୍ଡି ସବ୍‌ଜି ବା ଆଚାର ଦହି ଭେଣ୍ଡି ସବ୍‌ଜି

ଦହି ଭେଣ୍ଡି ସବଜି ସାଧାରଣତଃ ଘରେ ଘରେ ସମସ୍ତେ ତିଆରି କରିଥାନ୍ତି । ହେଲେ ଅଚାରୀ ଦହି ଭେଣ୍ଡି ସବଜି ବା ପଞ୍ଜାବୀ ଦହି ଭେଣ୍ଡି ସବ୍‌ଜିର କିଛି ଖାସ୍‌ କଥା ରହିଛି । ଏଥିରେ ଦହି ଓ ଟମାଟର ଖଟାପଣ ସହିତ ମସଲା ପାଉଡର ବାସ୍ନା ମିଶିକରି ଥାଏ । ଉତ୍ତର ଭାରତରେ ଅଚାରୀ ଦହି ଭେଣ୍ଡି ସବଜିରେ ମିଶାଯାଉଥିବା ମସଲାକୁ ଆଚାରରେ ମିଶାଯାଇଥାଏ । ତେଣୁ ଏହାକୁ ଅଚାରୀ ଦହି ଭେଣ୍ଡି ସବଜି ମଧ୍ୟ କୁହାଯାଏ । ଅଚାରୀ ବା ପଞ୍ଜାବୀ ଦହି ଭେଣ୍ଡି ସବ୍‌ଜିର ମସଲା ପ୍ରାୟତଃ ସମସ୍ତଙ୍କ ଘରେ ରହିଥାଏ । ଆସନ୍ତୁ ଜାଣିବା କିପରି ବନାଇବେ ଏହି ଅଚାରୀ ବା ପଞ୍ଜାବୀ ଦହି ଭେଣ୍ଡି ସବ୍‌ଜି ।

bhindi
photo credit: tarladalal.com

ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ

. ୪ କପ୍‌ (ଲମ୍ବରେ କଟାଯାଇଥିବା) ଭେଣ୍ଡି
. ୫ ଟେବଲ୍‌ ଚାମଚ ତେଲ
. ୨ ଚାମଚ ଗୋଟା ପାନ ମଧୁରୀ
. ୨ ଚାମଚ ଗୋଟା ସୋରିଷ
. ୧/୨ ଚାମଚ କଳାଜିରା ଦାନା
. ୧/୪ ଚାମଚ ମେଥି ଦାନା
.୧/୪ ଚାମଚ ହେଙ୍ଗୁ
. ୨ ଚାମଚ ଛୋଟ କଟା ଅଦା
. ୩/୪ କପ୍‌ କଟା ଟମାଟର
. ଲୁଣ ସ୍ୱାଦ ଅନୁସାରେ

dahi
photo credit: tarladalal.com

ଦହି ମିଶ୍ରଣ ବନାଇବା ପାଇଁ ସାମଗ୍ରୀ

. ୧/୨ କପ୍‌ ଫେଣ୍ଟା ହୋଇଥିବା ଦହି
. ୨ ଚାମଚ ଲଙ୍କା ଗୁଣ୍ଡ
. ୧/୪ ଚାମଚ ହଳଦୀ ପାଉଡର
. ୨ ଚାମଚ ଧଣିଆ-ଜିରା ପାଉଡର
. ଲୁଣ ସ୍ୱାଦ ଅନୁସାରେ

dahi
photo credit: tarladalal.com

ପ୍ରସ୍ତୁତି ବିଧି

୧. ଏକ ବଡ଼ ନନ୍‌ ଷ୍ଟିକ୍‌ ପ୍ୟାନ୍‌ରେ ୪ ଟେବଲ୍‌ ଚାମଚ ତେଲ ଗରମ କରନ୍ତୁ । ଏଥିରେ ଭେଣ୍ଡି ପକାଇ ଧିମା ଆଞ୍ଚରେ ୫ ରୁ ୬ ମିନିଟ୍‌ ଯାଏ ଭାଜନ୍ତୁ । ଭେଣ୍ଡି ଭାଜି ହୋଇଗଲା ପରେ ଏହାକୁ ଏକ ଗଭୀର ପାତ୍ରରେ କାଢ଼ି ରଖନ୍ତୁ ।
୨. ସେହି ନନ୍‌ ଷ୍ଟିକ ପ୍ୟାନରେ ୧ ଟେବଲ୍‌ ଚାମଚ ତେଲ ଗରମ କରନ୍ତୁ । ଏଥିରେ ରଖିଥିବା ପାନ ମଧୁରୀ ପକାନ୍ତୁ । ତା’ପରେ ସୋରିଷ, କଳାଜିରା, ମେଥି ଦାନା ଓ ହେଙ୍ଗୁ ପକାଇ ମଧ୍ୟମ ଆଞ୍ଚରେ କିଛି ସେକେଣ୍ଡ ଭାଜନ୍ତୁ ।
୩. ଏହା ଉପରେ କଟା ହୋଇ ରହିଥିବା ଅଦା ପକାନ୍ତୁ ଓ ୩୦ ସେକେଣ୍ଡ ଯାଏ ଭାଜନ୍ତୁ ।
୪. ଏବେ ଟମାଟର ପକାଇ ୨ ରୁ ୩ ମିନିଟ୍‌ ଯାଏ ଭଲ ଭାବରେ ମିଶିବା ଯାଏ ଭାଜନ୍ତୁ ।
୫. ଏବେ ଗ୍ୟାସ୍‌କୁ ଧିମା କରି ଦହି ମିଶ୍ରଣକୁ ଢ଼ାଳନ୍ତୁ । ଏହାକୁ ୧ ମିନିଟ ଯାଏ ଭଲ ଭାବରେ ମିଶାନ୍ତୁ ।
୬. ଏଥିରେ ଏବେ ଭାଜିକରି ରଖିଥିବା ଭେଣ୍ଡି ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ୧ ରୁ ୨ ମିନିଟ ଯାଏ ହାଲକା ଆଞ୍ଚରେ ଫେଣ୍ଟନ୍ତୁ ଓ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଦହି ଭେଣ୍ଡି ସବଜି ବା ଅଚାର ଦହି ଭେଣ୍ଡି ସବଜି । ଏହାକୁ ଆପଣ ରୋଟି ବା ପରଠା ସହିତ ଖାଇ ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.