ୟୁଏସ୍‌ ନ୍ୟାଭି ଗାଇଲା ଶାହରୁଖ ଖାନଙ୍କ ଫିଲ୍ମର ପ୍ରସିଦ୍ଧ ଗୀତ, ଲୋକେ କରୁଛନ୍ତି ପ୍ରଶଂସା

ଭାରତର ଲୋକପ୍ରିୟ ଫିଲ୍ମ ‘ସ୍ୱଦେଶ’ରେ ବଲିଉଡ୍‌ ଆକ୍ଟର ଶାହରୁଖ ଖାନ ମୁଖ୍ୟ ଚରିତ୍ର ପ୍ଲେ କରିଥିଲେ। ଏଥିରେ ଏକ ଗୀତ ରହିଛି, ‘ୟେ ଜୋ ଦେଶ ହୈ ମେରା, ସ୍ୱଦେଶ ହୈ ତେରା…’। ଏହି ଗୀତକୁ ଆମେରିକୀୟ ନ୍ୟାଭିର କିଛି ଲୋକ ବଢ଼ିଆ ଅନ୍ଦାଜରେ ଗାଇଛନ୍ତି, ଯାହାକୁ ଖୁବ୍‌ ପସନ୍ଦ କରାଯାଉଛି। ୨୭ ମାର୍ଚ୍ଚ ରାତିରେ ଏକ ଡିନର ସମୟରେ ୟୁଏସ୍‌ ନ୍ୟାଭିର ସଦସ୍ୟମାନେ ସ୍ୱଦେଶ ଫିଲ୍ମର ଏହି ଗୀତ ଗାଇଥିଲେ।

କହି ରଖୁଛୁ, ଏହି ଡିନରରେ ୟୁଏସ୍‌ର Chief of Naval Operations (CNO) ମାଇକେଲ ଏମ୍‌ ଗିଲଡେ ଏବଂ ଭାରତର ରାଷ୍ଟ୍ରଦୂତ ତରନଜିତ୍‌ ସିଂ ସିନ୍ଧୁ ମଧ୍ୟ ଉପସ୍ଥିତ ଥିଲେ। ଗୀତ ଗାଉଥିବା ବେଳେ ସନ୍ଧୁ ଅଧିକାରୀମାନଙ୍କର ଏକ ଭିଡିଓକୁ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘ଏଠାରେ ଏକ ବନ୍ଧୁତାର ବନ୍ଧନ, ଯାହାକୁ କେବେ ବି ଭଙ୍ଗାଯାଇପାରିବ ନାହିଁ’।

ତେବେ ଏହି ଭିଡିଓ କ୍ଲିପ୍‌ରେ ୟୁଏସ୍‌ ନ୍ୟାଭି ବ୍ୟାଣ୍ଡ୍‌ର ଗାୟକ ଏବଂ ବାଜା ବଜାଉଥିବା ଏକ ଟିମ୍‌କୁ ନିଜସ୍ୱ ବର୍ଦ୍ଦି କପଡ଼ା ପିନ୍ଧି ଗୀତ ଗାଉଥିବାର ଦେଖିବାକୁ ମିଳୁଛି। ସୂଚନାଥାଉ କି, ୨୦୦୪ର ଫିଲ୍ମ ‘ସ୍ୱଦେଶ’ ପାଇଁ ଏହି ଗୀତକୁ ଏଆର୍‌ ରହମାନ ରଚନା କରିଥିଲେ ଏବଂ ଏହାକୁ ଗାଇଥିଲେ ମଧ୍ୟ। ଏବେ ଏହି ଗୀତ ୟୁଏସ୍‌ ଅଧିକାରୀମାନଙ୍କ ହୃଦୟ ଜିତିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.