ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିଲେ ଯୁବକ, ହଠାତ୍‌ ଦେଖି ଚମକି ପଡ଼ିଲେ ଲୋକେ, ଜାଣନ୍ତୁ କ’ଣ ଥିଲା କାରଣ

ଜିମ୍‌ରେ ଓ୍ଵାର୍କଆଉଟ କରିବା ଆଜିକା ସମୟରେ ଟ୍ରେଣ୍ଡ ପାଲଟି ଗଲାଣି। ଲୋକେ ଫିଟ୍‌ନେସକୁ ନେଇ ବହୁତ ଉତ୍ସାହୀ ରହୁଛନ୍ତି ଏବଂ ଏଥିପାଇଁ ଭଲ ଡାଏଟ୍‌ ଫଲୋ କରୁଛନ୍ତି। ଜିମ୍‌ରେ ଆପଣଙ୍କୁ ଅନେକ ପ୍ରକାରର ଏକ୍ସରସାଇଜ୍‌ କରିବାକୁ ପଡ଼ିଥାଏ, ଯେଉଁଥିରେ ଅପର ବଡି, ଲୋୟର ବଡି, ଲେଗ୍‌ସ ଏକ୍ସରସାଇଜ୍‌ ଆଦି ସାମିଲ ରହିଛି।

ନିକଟରେ ସୋସିଆଲ ମିଡିଆରେ ଜିମ୍‌ରେ ଓ୍ଵାର୍କଆଉଟ କରୁଥିବାର ଜଣେ ଯୁବକଙ୍କ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ବି ନିଜ ହସକୁ ରୋକି ପାରିବେ ନାହିଁ। ଏଥିରେ ଯୁବକ ଜଣକ ନିଜ ଗୋଡ଼ର ଏକ୍ସରସାରଜ୍‌ କରୁଥିବାର ଦେଖିବାକୁ ମିଳୁଛନ୍ତି। ତାଙ୍କ ଗୋଡ଼ ଦେଖିଲେ ଆପଣ କିଛି କ୍ଷଣ ପାଇଁ ଚକିତ ହୋଇ ରହିଯିବେ।

ଭିଡିଓରେ ଯୁବକଙ୍କ ଗୋଡ଼ କୁକୁଡ଼ା ଗୋଡ଼ ଭଳି ନଜର ଆସୁଛି। ଏହାକୁ ଦେଖିଲେ ପ୍ରଥମେ ଆପଣଙ୍କୁ ଲାଗିବ କି, ଏହା ସତରେ ହିଁ ଏକ କୁକୁଡ଼ା ଗୋଡ଼ ଏବଂ ଆପଣ ଦ୍ୱନ୍ଦ୍ୱରେ ପଡ଼ିଯିବେ। କିନ୍ତୁ କିଛି ସମୟ ଦେଖିଲା ପରେ ଜାଣିପାରିବେ କି, ଯୁବକ ଜଣକ କୁକୁଡ଼ା ଗୋଡ଼ର ଛବି ଥିବା ମୋଜା ପିନ୍ଧିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓକୁ @TheoShantonas ନାମକ ୟୁଜର ଶେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.