ଟେଷ୍ଟ କ୍ରିକେଟକୁ ଜଲ୍‌ଦି ହିଁ ଫେରିବାକୁ ଚାହୁଁଛନ୍ତି ଭୁବନେଶ୍ୱର କୁମାର, କହିଲେ ଏହି କଥା

ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଏବଂ ଟି୨୦ ସିରିଜ୍‌ ସମୟରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଜଲଓ୍ଵା ଦେଖିବାକୁ ମିଳିଲା। ନିକଟରେ ହିଁ ସେ ଆହତରୁ ସୁସ୍ଥ ହେବା ପରେ ଟିମ୍‌ ଇଣ୍ଡିଆକୁ ଫେରିଛନ୍ତି। ଭୁବନେଶ୍ୱର କୁମାର କହିଛନ୍ତି କି, ଟେଷ୍ଟ କ୍ରିକେଟ ଏବେ ବି ତାଙ୍କ ପ୍ରାଥମିକତା ରହିଛି। ସେ ଆଇପିଏଲ୍‌ ୨୦୨୧ରେ ନିଜ ଓ୍ଵାର୍କଲୋଡ ମ୍ୟାନେଜମେଣ୍ଟ ଉପରେ ନଜର ରଖିବେ। କାହିଁକି ନା, ତାଙ୍କ ନଜର ଚଳିତବର୍ଷ ଇଂଲଣ୍ଡ ବିପକ୍ଷ ତାଙ୍କ ହୋମ୍‌ଟାଉନରେ ହେବାକୁ ଥିବା ଟେଷ୍ଟ ସିରିଜ ଉପରେ ରହିଛି।

ଗତ ଦୁଇ ବର୍ଷ ଧରି ଭୁବନେଶ୍ୱରଙ୍କୁ ଆହତଜନିତ ସମସ୍ୟା ଦେଇ ଗତି କରିବାକୁ ପଡ଼ିଲା। ସେ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ବଢ଼ିଆ ବୋଲିଂ କରିଛନ୍ତି ଏବଂ ୬ ଓ୍ଵିକେଟ୍‌ ନେଇଛନ୍ତି। ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ରେ ବି ଭୁବନେଶ୍ୱରଙ୍କ ପ୍ରଦର୍ଶନ ବଢ଼ିଆ ରହିଥିଲା। ଭୁବନେଶ୍ୱରଙ୍କୁ ପଚରା ଯାଇଥିଲା କି, କ’ଣ ସେ ଟେଷ୍ଟ କ୍ରିକେଟକୁ ଫେରିବା ବିଷୟରେ ଭାବୁଛନ୍ତି କି? ଏହା ଉତ୍ତରରେ ସେ କହିଥିଲେ, ‘ନିଶ୍ଚିତ ରୂପେ, ଟେଷ୍ଟ କ୍ରିକେଟରେ ଫେରିବା ମୋର ଲକ୍ଷ୍ୟ। ମୁଁ ଲାଲ୍‌ ବଲ୍‌ର କ୍ରିକେଟକୁ ଧ୍ୟାନରେ ରଖି ପ୍ରସ୍ତୁତି କରିବି। ଯଦିଓ ଟେଷ୍ଟ ମ୍ୟାଚ୍‌ଗୁଡ଼ିକ ପାଇଁ କେଉଁ ପ୍ରକାରର ଟିମ୍‌ ଚୟନ କରାଯାଇଥାଏ, ଏହା ସମ୍ପୂର୍ଣ୍ଣ ଭାବେ ଅଲଗା ସିନେରିଓ ହେବ’।

ସେ ଆହୁରି କହିଛନ୍ତି କି, ନିଜ ଓ୍ଵାର୍କଲୋଡ ମ୍ୟାନେଜମେଣ୍ଟ ଉପରେ ମୁଁ ପୂରାପୂରି ଧ୍ୟାନ ଦେବି। ଇଂଲଣ୍ଡ ଗସ୍ତ ପୂର୍ବରୁ ମୋତେ ବହୁତ କ୍ରିକେଟ ଖେଳିବାକୁ ଅଛି ଏବଂ ଏଥିପାଇଁ ମୁଁ ନିଜକୁ ଫିଟ୍‌ ରଖିବାକୁ ଚାହିଁବି। ଟେଷ୍ଟ ସିରିଜ୍‌ ପ୍ରସ୍ତୁତି ପାଇଁ ନିଜ ତରଫରୁ କୌଣସି ସୁଯୋଗ ହାତଛଡ଼ା କରିବି ନାହିଁ। କିନ୍ତୁ ମୁଁ ଲମ୍ବା ସମୟର ପ୍ଲାନିଂ ବନ୍ଦ କରି ଦେଇଛି। କାହିଁକି ନା, ପୂର୍ବରୁ ଯେବେ ବି ମୁଁ ଏମିତି କରିଛି, ସେବେ କିଛି ମୋ ଅନୁକୂଳ ରହିନି। ସେ ଆହତଜନିତ କାରଣ ହେଉ କି ଫର୍ମର କାରଣ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.