ଭୁବନେଶ୍ବର (କେନ୍ୟୁଜ୍) : ଆଜି ରଙ୍ଗର ପର୍ବ ହୋଲି। ସବୁଆଡ଼େ ସମସ୍ତେ ଏହାକୁ ବେଶ ଧୁମଧାମରେ ମନାଇବାରେ ଲାଗିଛନ୍ତି। କିଏ ରଙ୍ଗ ଲଗାଉଛି ତ କିଏ ମିଠା ବାଣ୍ଟୁଛି। ସମସ୍ତେ ନିଜନିଜ ଅନ୍ଦାଜରେ ହୋଲିର ମଜା ନେବାରେ ଲାଗିଛନ୍ତି। ଏହି ରଙ୍ଗ ଉତ୍ସବକୁ ପାଳନ କରିବାରେ ପଛରେ ରହିନାହାନ୍ତି ଓଲିଉଡ଼ କଳାକାର। ନିଜ ଅନ୍ଦାଜରେ ହୋଲିକୁ ସତର୍କତା ସହ ପାଳନ କରିବାକୁ କହିବା ସହ ଫ୍ୟାନ୍ସଙ୍କୁ ଦେଇଛନ୍ତି ହୋଲିର ବାର୍ତ୍ତା। ଆସନ୍ତୁ ଦେଖିବା ଓଲିଉଡ଼ କଳାକାରଙ୍କ ହୋଲି ଶୁଭେଚ୍ଛା।