୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀର ୪ଟି ସ୍ଥାନରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିହତ

୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀରର ୪ଟି ସ୍ଥାନରେ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍ ଲସ୍କର କମାଣ୍ଡର ଅଲୀ ସମେତ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ସୋପିଆନ୍ ଜିଲ୍ଲାର ଇମାମ ସାହେବରେ ଏନ୍କାଉଣ୍ଟର ଚାଲିଛି । ୨-୩ରୁ ଜଣ ଆତଙ୍କବାଦୀ ଏକ ଘରେ ଲୁଚି ରହିଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ବନ୍ଦିପୁରାରେ ହୋଇଥିବା ଏନ୍କାଉଣ୍ଟରରେ ଲସ୍କର-ଏ-ତୋଏବାର ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେହିପରି ବାରାମୁଲା ଜିଲ୍ଲାରେ ହୋଇଥିବା ଏନ୍କାଉଣ୍ଟରରେ ମଧ୍ୟ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନ୍କାଉଣ୍ଟରରେ ଜଣେ ଅଧିକାରୀଙ୍କ ସମେତ ତିନି ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.