Below header

ବମ୍ପର ଅଫରରେ କିଣନ୍ତୁ ସାଓମିର ସବୁଠାରୁ ଶସ୍ତା ଫୋନ, ମିଳିବ ୨୨୦୦ ଟଙ୍କା ପର‌୍ୟ୍ୟନ୍ତ କ୍ୟାସବ୍ୟାକ୍

ନୂଆଦିଲ୍ଲୀ : ସାଓମି ୧୯ ତାରିଖରେ ନିଜର ସବୁଠାରୁ ଶସ୍ତା ଜରୟଜ୍ଞସ ଏଙ ଫୋନ ଭାରତରେ ଲଞ୍ଚ କରିଛି। ରେଡମି ଗୋ ଏକ ଅଲଟ୍ରା ବଜେଟ ଫୋନ ଅଟେ। କମ୍ପାନି ଏହାର ମୂଲ୍ୟ ମାତ୍ର ୪,୪୯୯ଟଙ୍କା ରଖିଛି। ଫୋନର ଫିଚର , ମୂଲ୍ୟ ଦେଖି ଏପରି କୁହାଯାଉଛି କି ଏହା ବଜେଟ ଫୋନରେ ନିଜକୁ ବହୁ ସମୟ ପାଇଁ ବଜାୟ ରଖିବ। ତେବେ ସାଓମିର ଏହି ଅଲଟ୍ରା ବଜେଟ ଫୋନର ଆଜି ହେଉଛି ପ୍ରଥମ ସେଲ। ଏଣୁ ଏହାକୁ କମ୍ପାନି ବମ୍ପର ଅଫର ସହ ଉବଲବ୍ଧ କରାଉଛି।

redmi go

ରେଡମି ଗୋର ସେଲ ଆଜି ଦ୍ବିପହର ୧୨ଟାରେ ଇକମର୍ସ ସାଇଟ୍ ପ୍ଳିପକାର୍ଟ ଏବଂ ଏମଆଇ. କମରେ ଆରମ୍ଭ ହେବ।ଏହି ଦୁଇ ୱେବସାଇଟରେ ଫୋନକୁ ଲିଷ୍ଟ କରାଯାଇଛି। ତେବେ ଏଥିରେ ଥିବା କିଛି ଖାସ ଅଫର ଦ୍ବାରା ଆପଣ ଏହି ବଜେଟ ଫୋନକୁ ଖୁବ୍ ଶସ୍ତାରେ ପାଇ ପାରିବେ। ଫ୍ଳିପକାର୍ଟରୁ ଏକ୍ସିସ୍ ବ୍ୟାଙ୍କ ବଜ୍ କ୍ରେଡିଟ କାର୍ଡ ଜରିଆରେ କିଣିବା ଦ୍ବାରା ଆପଣଙ୍କୁ ଏହି ଫୋନରେ ୫ ପ୍ରତିଶତ ପର‌୍ୟ୍ୟନ୍ତ ରିହାତି ମିଳିବ। ଏହା ସହ ଯଦି ଆପଣ ଏହି ମୋବାଇଲକୁ ସାଓମି ୱେବସାଇଟରୁ କିଣୁଛନ୍ତି ତେବେ ଜିଓ ତରଫରୁ ଆପଣଙ୍କୁ ୨୨୦୦ଟଙ୍କାର କ୍ୟାସବ୍ୟାକ୍ ସହ ୧୦୦ ଜିବି ଇଣ୍ଟରନେଟ ଡାଟା ମାଗଣା ମିଳିବ।

ଜାଣନ୍ତୁ ଫିଚର

ସାଓମି ଗୋର ଡିସପ୍ଳେ ୫ ଇଞ୍ଚ ବିଶିଷ୍ଟ ରହିଥିବା ବେଳେ ଏଥିରେ ଡୁଆଲ ସିମ୍ ଏବଂ ମାଇକ୍ରୋ ଏସଡିର ସୁବିଧା ରହିଛି। ସ୍ମାର୍ଟଫୋନରେ ସ୍ନାପଡ୍ରାଗନ ୪୨୫ ଏସଓସି ପ୍ରୋସେସର ରହିଛି। ଏଥିରେ ୫ ଏବଂ ୮ ମେଗାପିକ୍ସଲ କ୍ୟାମେରା ଦିଆଯାଇଛି। ଏଥିରେ ୩୦୦୦ ଏମଏଏଚ୍ ବ୍ୟାଟେରୀର ଫିଚର ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.