ଓଲିଉଡ୍‌ର ଖଳନାୟକ ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ! ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତ ଦେହ

ଆଉ ନାହାନ୍ତି ଓଲିଉଡ୍‌ର ଖଳନାୟକ ରାଇମୋହନ ପରିଡ଼ା। ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ଏବେ ଯାଏଁ ତାର କାରଣ ଜଣାପଡ଼ିନାହିଁ। ପ୍ରାଚୀ ବିହାର ଘରୁ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।

ଓଡ଼ିଶାର ଖଳନାୟକ ଭାବେ ରାଇମୋହନ ପରିଡା ପରିଚିତ। ୧୯୬୩ ମସିହାରେ କେଉଁଝରର ଉଦୟପୁର ଗାଁରେ ତାଙ୍କ ଜନ୍ମ। ସେ ଚାରି ଝିଅରେ ଗୋଟିଏ ପୁଅ ଥିଲେ। ତେଣୁ ପରିବାରରେ ସବୁଠୁ ଅଧିକ ଗେହ୍ଲା ଥିଲେ। ତାଙ୍କ ବାପାଙ୍କ ନାମ ହେଉଛି ତ୍ରିଲୋକନାଥ ପରିଡା ଓ ମା ହେଉଛନ୍ତି ତିଳୋତ୍ତମା ପରିଡା। ତାଙ୍କ ବାପା BLW ଭାବେ କାର୍ଯ୍ୟ କରୁଥିଲେ। ରାଇମୋହନଙ୍କ ପତ୍ନୀଙ୍କ ନାଁ ହେଉଛି ରଞ୍ଜିତା ପରିଡା । ସେ ମଧ୍ୟ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି। ମଞ୍ଚ ନାଟକରୁ ରାଇମୋହନଙ୍କ ଅଭିନୟ ଜୀବନୀ ଆରମ୍ଭ ହୋଇଥିଲା। ସେ ଅଷ୍ଟମ ଶ୍ରେଣୀରୁ ଗାଁରେ ହେଉଥିବା ନାଟକରେ ଅଭିନୟ କରୁଥିଲେ। ତାଙ୍କ ଲୋକପ୍ରିୟ ଡାଇଲଗ ହେଉଛି ହେଇ ଅନାନି, ନୀଳ ମାଷ୍ଟ୍ରାଣୀ ଇତ୍ୟାଦି।

ରାଇମୋହନଙ୍କ ସହ ଖୋଲାକଥା:

‘ସାଗର’ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ ରାଇମୋହନ। ସେ ବନ୍ଧନ, ଆସିବୁ କେବେ ସାଜି ମୋ ରାଣୀ, ତୁ ଥିଲେ ମୋ ଡର କାହାକୁ, ନେଇଯା’ରେ ମେଘ ମତେ, ଛାତି ଚିରି ଦେଲେ ତୁ, କାଳିଶଙ୍କର, ତୋ ବିନା ମୋ କାହାଣି ଅଧା, ତୋ ପାଇଁ ନେବି ମୁଁ ସହେ ଜନମ, ଦେ ମା ଶକ୍ତି ଦେ, ରକତେ ଲେଖିଛି ନାଁ, ମୋ ମନ ଖାଲି ତୁମରି ପାଇଁ, ଉଦଣ୍ଡି ସୀତା ପ୍ରମୁଖ ଶତାଧିକ ଫିଲ୍ମ ଓ ସିରିଏଲରେ ଅଭିନୟ କରିଛନ୍ତି। ତାଙ୍କୁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ଅଭିନନ୍ଦିକା ପୁରସ୍କାରରେ ସମ୍ମାନିତ କରାଯାଇଛି।

Also Read: ରାପର ରଫ୍‌ତାରଙ୍କ ଛାଡ଼ପତ୍ର: ୬ ବର୍ଷର ସମ୍ପର୍କ ତୁଟାଇ ପତ୍ନୀ କୋମଲ ବୋହରାଙ୍କ ଠାରୁ ହେଲେ ଅଲଗା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.