ଜନ୍ମଦିନରେ ଅଜୟ ଦେବଗନଙ୍କୁ ଖାସ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ରିତେଶ ଓ ଜେନେଲିଆ, ଆପଣ ବି ଦେଖନ୍ତୁ ଭାଇରଲ ଭିଡିଓ
ସୁପରଷ୍ଟାର ଅଜୟ ଦେବଗନଙ୍କ ଜନ୍ମଦିନରେ ଆକ୍ଟର ରିତେଶ ଦେଶମୁଖ ଓ ତାଙ୍କ ସ୍ତ୍ରୀ ଜେନେଲିଆ ଡିସୁଜା ଏମିତି ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖିଲେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ । ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଯାଇଛି ।
ଏଥିରେ ଦୁହେଁ ଅଜୟ ଦେବଗନଙ୍କୁ ଖାସ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଭିଡିଓରେ ରିତେଶ ବାସନ ମାଜୁଥିବା ବେଳେ ଜେନେଲିଆ ହାତରେ ବେଲେଣା କାଠି ଧରି ସ୍ୱାମୀଙ୍କୁ କାମ କରାଉଛନ୍ତି ।
Happy Birthday Dearest @ajaydevgn Some isolation humour with @geneliad on one of your songs- have a great one my brother pic.twitter.com/xTMBU8GZG5
— Riteish Deshmukh (@Riteishd) April 2, 2020
ଭିଡ଼ିଓର ବ୍ୟାକଗ୍ରାଉଣ୍ଡରେ ଅଜୟଙ୍କ ସୁପରହିଟ ଗୀତ ମଉକା ମିଲେଗା ତୋ ହମ ବତା ଦେଙ୍ଗେ ବାଜୁଛି । ଭିଡିଓକୁ ସେୟାର କରି ରିତେଶ ଲେଖିଛନ୍ତି, ହାପି ବାର୍ଥ ଡେ ଅଜୟ ଦେବଗନ । ଆଇସୋଲେସନରେ ଆପଣଙ୍କ ଗୀତରେ ଜେନେଲିଆଙ୍କ ସହ କିଛି ଥଟ୍ଟାମଜା । ଆପଣଙ୍କ ଦିନ ଭଲରେ କଟୁ ।